ବୌଦ୍ଧ,୨୯/୮ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ବୀରନରସିଂହପୁର ଗ୍ରାମ ମୂଳ ବାସିନ୍ଦା ତଥା ପୋଲିସ୍ ବିଭାଗରେ ଭୁବନେଶ୍ୱର ଠାରେ କାର୍ଯ୍ୟରତ କରୋନା ଯୋଦ୍ଧା ୪୫ ବର୍ଷ ଙ୍କ ଆଜି ସକାଳେ ସମ କୋଭିଡ୍ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଏହି କରୋନା ଯୋଦ୍ଧା ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଅଂଗରକ୍ଷୀ ଭାବରେ କିଛି ମାସ ହେଲା କାର୍ଯ୍ୟ କରୁଥିଲେ । ତାଙ୍କ ସ୍ୱାବ ପରୀକ୍ଷା କରାଯିବାପ ପଜିଟିଭ ଚିହ୍ନଟ ହେବା ପରେ ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନ ରହିବାରୁ ୪ ଦିନ ପରେ ତାଙ୍କୁ ଭୁବନେଶ୍ୱର ହାଇଟେକ ହସପିଟାଲରେ ପ୍ରାୟ ସପ୍ତାହେ ହେବ ଭର୍ତ୍ତି କରାଯାଇଥିଲା । ଗତକାଲି ତାଙ୍କୁ ଗୁରୁତର ଅବସ୍ଥାରେ ସମକୋଭିଡ୍ ହସପିଟାଲ ନିଆଯାଇ ଭେଣ୍ଟିଲେଟରରେ ରଖା ଯାଇଥିଲା । ଆଜି ସକାଳ ପ୍ରାୟ ୮ ଘଣ୍ଟା ସମୟରେ ତାଂକର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ତାଙ୍କର ବିୟୋଗରେ ବୌଦ୍ଧଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କରି ଉତ୍ତମ ବ୍ୟବହାର ସଂପନ୍ନ ମେଳାପୀ ଓ ବନ୍ଧୁବତ୍ସଳ ଯୁବକଙ୍କ ବିୟୋଗରେ ସମସ୍ତେ ମର୍ମାହତ ।