ପତଞ୍ଜଳି ଯୋଗ ସମିତି ରାଜ୍ୟପ୍ରଭାରୀଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

ବୌଦ୍ଧ,୧୧/୧୧- ଯୋଗର ପ୍ରଚାର ପ୍ରସାର ପାଇଁ ସମଗ୍ର ବିଶ୍ୱରେ ପୂଜ୍ୟ ସ୍ୱାମୀ ରାମଦେବଜୀଙ୍କ ସଂକଳ୍ପ ନେଇଥିବାବେଳେ ଆଜି ରାଜ୍ୟ ପତଞ୍ଜଳି ଯୋଗ ସମିତିର ପ୍ରଭାରୀ ରାଧାମାଧବ ବହିଦାର ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ବୌଦ୍ଧ ସହର ସମେତ ବିଭିନ୍ନ ତହସିଲରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଛନ୍ତି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ ରଞ୍ଜନ ଦାସ ଯୋଗର ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଭାରତ ସ୍ୱାଭିମାନ ଟ୍ରଷ୍ଟର ପ୍ରଭାରୀ ଦେବାଶିଷ ପୁରୋହିତ ଜିଲ୍ଲାର କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପାଠ କରିଥିଲେ । ବୈଠକରେ ହୃଷିକେଶ ପ୍ରଧାନ, ଆଶୁତୋଷ ମହାପାତ୍ର, ସୁଶାନ୍ତ ମହାପାତ୍ର, ଦେବନାରାୟଣ ପ୍ରଧାନ, ମହାଦେବ ସାହୁ, ସୂର୍ଯ୍ୟନାରାୟଣ ମହାପାତ୍ର, ଅଞ୍ଜନ ସାହୁ, ଚନ୍ଦ୍ରକାନ୍ତ ନାୟକ, ଲିଙ୍ଗରାଜ ମେହେର ପ୍ରମୁଖ ଯୋଗର ବିକାଶ କିପରି ହୋଇପାରିବ ମତାମତ ପ୍ରଦାନ କରିଥିଲେ । ଆସନ୍ତା ୧୫ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ସହ ଯୋଗ ଶିକ୍ଷକ ତାଲିମ ଶିବିରରେ ଅଂଶ ଗ୍ରହଣ କରିବାପାଇଁ ପ୍ରକାଶ କରିଥିଲେ । ଜିଲ୍ଲା କମିଟି, ତହସିଲ କମିଟି ପୁନର୍ଗଠନ ସମ୍ପର୍କରେ ଆଲୋଚନା କରି ଆବଶ୍ୟକ ସ୍ଥଳେ ପରିବର୍ତ୍ତନ କରାଯାଇଛି । ରାଜ୍ୟ ପ୍ରଭାରୀ ପୁରୁଣାକଟକ, କଣ୍ଟାମାଳ ଗସ୍ତ କରି ଯୋଗ ଶିବିର ଏବଂ ବୈଠକ ରେ ଯୋଗଦାନ କରି ଜିଲ୍ଲାରେ ଯୋଗର ପ୍ରଚାର ପ୍ରସାର ସମେତ ପତଞ୍ଜଳି ଯୋଗପିଠ ହରିଦ୍ୱାରର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ବୌଦ୍ଧଠାରେ ଅନୁଷ୍ଠିତ ଚାଷୀ ସମାବେଶରେ ଯୋଗଦାନ କରି ଜୈବିକ କୃଷି ଏବଂ ଗୋପାଳନ ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିଥିଲେ ।

Comments (0)
Add Comment