ବୌଦ୍ଧ,୨୭/୯ – ବୌଦ୍ଧ କେନ୍ଦୁପତ୍ର ଡିଭିଜନର ଦମାମୁଣ୍ଡା ରେଞ୍ଜ ଅନ୍ତର୍ଗତ ବରପଦର୍ କେନ୍ଦୁପତ୍ର ଫଡିରୁ ୨୯ ବସ୍ତା କେନ୍ଦୁପତ୍ର ଚୋରୀ ହୋଇଥିବା ଘଟଣାକୁ ସ୍ୱୀକାର କରିଛନ୍ତି ରେଞ୍ଜର୍ ମନୋଜ ସାହୁ । ଶେଷରେ ସଫେଇ ଦେଇ କହିଲେ କାଳେ ଗୋହିପିଟା ଗୋଦାମକୁ ଯାଇଥିବ ବୋଲି ସେ ଭାବୁଥିଲେ । ମିଳିଥିବା ସୂଚନା ଅନୁଯାୟୀ ବରପଦର୍ କେନ୍ଦୁପତ୍ର ଫଡିରୁ ୨୯ ବସ୍ତା କେନ୍ଦୁପତ୍ର ଯାହାର ମୂଲ୍ୟ ପ୍ରାୟ ୪. ୬୪ ଲକ୍ଷ ହେବ ଗତ ଗୁରୁବାର ରାତିରେ ଚୋରୀ ହୋଇଥିବା ଜଣାପଡିଥିଲା । ରେଞ୍ଜର୍ ଚୋରୀକୁ ପ୍ରଥମେ ଅସ୍ୱୀକାର କରୁଥିବାବେଳେ ଗତକାଲି ସନ୍ଧ୍ୟାରେ ମାନିଥିଲେ । ଚୋରିଦିନ ରାତିରେ ମୁନସୀ ଓ ମେଟ ଉଭୟେ ଅନୁପସ୍ଥିତ ଥିବାର ସୁଯୋଗ ନେଇ ଚୋରୀ ହୋଇଥିବା ଜଣାପଡିଛି । ଗତକାଲି ସକାଳୁ ଏ ସମ୍ପର୍କରେ ମେଟଙ୍କ ସୂଚନା ପାଇ ମଧ୍ୟ ଫରେଷ୍ଟର କିମ୍ବା ରେଞ୍ଜରଙ୍କ ତରଫରୁ ଗତକାଲି ସନ୍ଧ୍ୟାପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି ।
କେନ୍ଦୁପତ୍ର ଡିଭିଜନର ଡି. ଏଫ. ଓ. ଚୋରୀ ସମ୍ପର୍କରେ ବିଭାଗୀୟ କର୍ମଚାରୀ ମାନଙ୍କ ସଂପୃକ୍ତି ରହିଛି ନା ନାହିଁ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ଜନସାଧାରଣରେ ମତପ୍ରକାଶ ପାଉଛି ।