କେନ୍ଦ୍ର ସରକାରଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାଇଙ୍କ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତ

ବୌଦ୍ଧ,୬/୧୨- କେନ୍ଦ୍ର ସରକାରଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ରାଇଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ଅବସରରେ ଜିଲ୍ଲା ସୀମା ଅଞ୍ଚଳ ଚାରିଛକ, ପୁରୁଣାକଟକ ଠାରେ ଜିଲ୍ଲା ବିଜେପି ସଭାପତିଙ୍କ ନେତୃତ୍ୱରେ ଦଳର ନେତୃବୃନ୍ଦ ପ୍ରମୁଖ ଓ ଜନ ସାଧାରଣ ଉଚ୍ଛ୍ୱର୍ସିତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାପରେ ମାନ୍ୟବର ମନ୍ତ୍ରୀ ବୌଦ୍ଧ ଜିଲ୍ଲା ଗସ୍ତ ଅବସରରେ ବୌଦ୍ଧ ଟାଉନହଲ୍‌ ଠାରେ ଏକ ସାଙ୍ଗଠନିକ ବୈଠକରେ ଯୋଗଦାନ କରି ଦଳୀୟ ପଦାଧିକାରୀ, ଜିଲ୍ଲା ବିଜେପି କୋର କମିଟି ଓ ଜିଲ୍ଲା ସଞ୍ଚାଳନ କମିଟି ଦୁଇଟିର କଣ୍ଟାମାଳ ଓ ବୌଦ୍ଧ ବିଧାନସଭାର ସଦସ୍ୟ ସଦସ୍ୟା, ସମସ୍ତ ମଣ୍ଡଳ ସଭାପତି ଓ ପ୍ରଭାରୀ, ସମସ୍ତ ମୋର୍ଚ୍ଚା ସଭାପତି ମାନଙ୍କ ସହିତ ତାଙ୍କ ଟିମ୍‌ ସଦସ୍ୟ ସଦସ୍ୟା , ସମସ୍ତ ପଞ୍ଚାୟତର ଶକ୍ତିକେନ୍ଦ୍ରର ପ୍ରଭାରୀ ,ସହପ୍ରଭାରୀ, ଶକ୍ତି କେନ୍ଦ୍ର ପ୍ରମୁଖ, ତ୍ରିଦେବ ମାନଙ୍କର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏସମସ୍ତ ବୈଠକରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ରାଇ ଦଳର କର୍ମକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଯେପରି ଦଳର ସରଞ୍ଚନ ।, ପ୍ରବାସ, ମଣ୍ଡଳର ବୁଥ କମିଟି ୪୧ ଜଣିଆ ଗଠନ ସହିତ ସତ୍ୟ ।ପନ୍‌, ୨୩ ଗୋଟି ବିଷୟ ବୁଥସ୍ତରୀୟ କରଣୀୟ କାମ ସହିତ ନିର୍ଭୁଲ ଭୋଟର ତାଲିକା ସଂଶୋଧନ ପ୍ରସ୍ତାବ ସହିତ ଭୋଟର ପୃଷ୍ଠା ପ୍ରମୁଖ ଦାୟିତ୍ୱ ବଣ୍ଟନ କରିବା ସହିତ ଲୋକମାନଙ୍କ ଛୋଟ ଛୋଟ ସମସ୍ୟା ଉପରେ କାମକରିବା ସହିତ ଆନ୍ଦୋଳନ କରି ଲୋକମାନେ ନ୍ୟାୟପାଇବା ପାଇଁ କଠିନ ପରିଶ୍ରମ କରିବାକୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଆଜିର ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିସହିତ ଜିଲ୍ଲା ବିଜେପି ଓ ରାଜ୍ୟ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ସର୍ବଶ୍ରୀ ନିରଞ୍ଜନ ମିଶ୍ର କନ୍ଧମାଳ ଲୋକସଭା ପ୍ରଭାରୀ, ଶ୍ରୀମତୀ ଡ . ଲେଖାଶ୍ରୀ ସାମନ୍ତ ସିଂହାର ରାଜ୍ୟ ସାଧାରଣ ସମ୍ପାଦକ, ସଚ୍ଚି଼ିଦାନନ୍ଦ ଦଲାଲ, ମାଗୁଣି ଗାଈଗୌରିଆ, ମନ ରଞ୍ଜନ ଦାସ, କହ୍ନେଇ ଚରଣ ଡ ।ଙ୍ଗ, ଅକ୍ଷୟ କୁମାର ସାହୁ, ରମେଶ କୁମାର ମହାନ୍ତି, ସତ୍ୟାନନ୍ଦ ପାଣ୍ଡେ , ପ୍ରେମାନନ୍ଦ ମିଶ୍ର, ରାକେଶ କୁମାର ତ୍ରିପାଠୀ, ତାପସ କୁମାର ପଟ୍ଟନାୟକ, ଜଗନ୍ନାଥ ସ ।ହୁ, ପଦ୍ମ ଚରଣ ମିଶ୍ର, ନିରଞ୍ଜନ ଦାନୀ, ରାମଚନ୍ଦ୍ର ମେହେର, ସୁଶାନ୍ତ ପ୍ରଧାନ, ଚିତ୍ତରଞ୍ଜନ ପାଣଗ୍ରାହୀ , ସୌମିତ୍ରୀ ନାୟକ, ରାଜକୁମାର ମେହେର, ପ୍ରଦୋଷ ମିଶ୍ର, ଶ୍ୟାମ ସୁନ୍ଦର ପୁରୋହିତ, ଶ୍ରୀମତୀ ମୀନାରାଣୀ ମିଶ୍ର, ଶ୍ରୀମତୀ ନମିତା ରାଣୀ ଦାସ, ଶ୍ରୀମତୀ ସଂଯୁକ୍ତା ନାୟକ, ଶ୍ରୀମତୀ ପଦ୍ମାଳୟା ପ୍ରଧାନ, ଶ୍ରୀମତୀ ଶାନ୍ତିଲତା ଦନ୍ତ ।, ବାମନ ବାରିକ, ବିଶିକେଶନ ପ୍ରଧାନ, ଯୁଗଳ କିଶୋର ସାମଲ , ପୂର୍ଣ୍ଣଚନ୍ଦ୍ର ଗାଈଗୌରିଆ , ସୁଦ ।ମ ମେଣ୍ଡିଲି, ସଂଗ୍ରାମ ବେହେରା , ସମସ୍ତ ମଣ୍ଡଳ ସଭାପତି , ମୋର୍ଚ୍ଚା ସଭାପତି ଓ ଶକ୍ତିକେନ୍ଦ୍ରର ତ୍ରିଦେବ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହାପରେ ସର୍କିଟ ହାଉସ ଠାରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ରାଇ ଏକ ବିଶେଷ ସାମ୍ବାଦିକ ସମ୍ମିଳନୀରେ ମତପ୍ରକାଶ କରି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜିଙ୍କ ନୀତି ଆଦର୍ଶ ଓ ସୁଶାସନ ଉପରେ ମତବ୍ୟକ୍ତ କରିଥିଲେ ।

Comments (0)
Add Comment