ବୌଦ୍ଧ,୧୭/୯- ବୌଦ୍ଧ ଜିଲାରେ ଆଜି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୯୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜି ଚିହ୍ନଟଙ୍କ ମଧ୍ୟରେ ସର୍ବାଧିକ ଆକ୍ରାନ୍ତ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରାର ୨୦ ଜଣ ରହିଥିବା ଜଣାପଡିଛି । ଏହାବ୍ୟତୀତ ବୌଦ୍ଧ ସହରରେ ୧୩, କଂଟାମାଳ ବ୍ଳକର ଭାଲିଆପଦର ୨, ଭୁରକିପଡା ୧, ମନମୁଣ୍ଡାରୁ ୪, ତିଲେଇମାଲ ୧, ଦେଉଳି ୧, ପଲସାଗୋରା ୧ ଏବଂ ରତାଖଣ୍ଡି ୯ ଜଣ ସେହିପରି ହରଭଂଗା ବ୍ଳକର ପୁରୁଣାକଟକରୁ ୨, ଚାରିଛକରୁ ୯, ଯୁବରାଜପୁରରୁ ୪, ଘଣ୍ଟାପାଲି ୩, ନୂଆପଡା ୧, ରାଜିଂ ୨ ଓ ବୌଦ୍ଧବ୍ଳକର ଅଁଳାପାଲିରୁ ୧୭ ଓ ଜୁରାମୁଣ୍ଡାରୁ ୩ ଜଣ ନୂଆ ଚିହ୍ନଟ ହୋଇଥିବା ଜିଲାମୁଖ୍ୟ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ଆଉଜଣେ ଜିଲା ବାହାରେ ଚିହ୍ନଟ ହୋଇଥିବା ଜଣାପଡିଛି । ଏମାନଙ୍କୁ ମିଶାଇଲେ ଜିଲାରେ ଆଜି କରୋନା ପଜିଟିଭଙ୍କ ସଂଖ୍ୟା ୧୨୫୮କୁ ବୃଦ୍ଧିପାଇଛି । ଆଜିସୁଦ୍ଧା ୩୩୫ ଜଣଙ୍କ ରିପୋର୍ଟ ଅପେକ୍ଷାରେ ଥିବାବେଳେ ୮୭୩ ସୁସ୍ଥହୋଇ ଘରକୁ ଫେରିଛନ୍ତି ।