ବୌଦ୍ଧ,୨୩/୭ – ଗତକାଲି ସନ୍ଧ୍ୟାରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ଶରଧାପୁର ହରିଜନ ସାହିର ଅଲେଖ କଲତାଙ୍କ ଘର ଅଗ୍ନି କାଣ୍ଡ ଘଟି ପୋଡି ଯାଇଥିଲା । ସରପଞ୍ଚ ଚନ୍ଦ୍ରକାନ୍ତୀ ପ୍ରଧାନ ପଞ୍ଚାୟତ ତରଫରୁ କ୍ଷତିଗ୍ରସ୍ତ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ବେଳେ ଆଜି ବୌଦ୍ଧ ବିଡିଓ ଦେବୀ ପ୍ରସାଦ ଦାସ ପହଂଚି ହଜାରେ ଟଂକାର ଅନୁକଂପାମୁଳକ ସହାୟତା ପ୍ରଦାନ କରିଛନ୍ତି । ବର୍ଷା ହେଉଥିବା ଯୋଗୁଁ ତାଙ୍କୁ ତୁରନ୍ତ ଘର ଛପର ପାଇଁ ପଲିଥିନ ଯୋଗାଇଦେବାକୁ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।