ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା ପ୍ରକଳ୍ପ ଗୁଡିକର ସମୀକ୍ଷା

ବୌଦ୍ଧ,୬ା୯ : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା ପ୍ରକଳ୍ପ ଗୁଡିକ ସଂପର୍କରେ ସମୀକ୍ଷା କରାଯାଇଥିଲା । ବୈଠକରେ ଏନଏସିର ବିଭିନ୍ନ ସ୍କିମ ଓ ପ୍ରକଳ୍ପ ,ଯଥା: ମୁକ୍ତା ସ୍ମିମ,ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ,ଚଲାପଥ,ମିନି ପାର୍କ,ଭେଣ୍ଡିଂ ଜୋନ,ଖେଳପଡିଆ ଉନ୍ନତିକରଣ, କ୍ରୀଡାର ଭିତ୍ତିିଭୂମିକୁ ସୁଦୃଢ କରିବା ପାଇଁ ବିଭିନ୍ନ ପଦକ୍ଷେପ ତଥା ଜିଲ୍ଲା ସଂଗ୍ରହାଳୟର ସମୀକ୍ଷା ସହିତ ବକେୟା ଥିବା ପ୍ରକଳ୍ପ କାର୍ଯ୍ୟ ଗୁଡିକୁ ଶିଘ୍ର ସମାପ୍ତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ଲାଷ୍ଟିକ ବର୍ଜନ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବୈଠକ କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ଷ୍ଟାଡିୟମ, ସନ୍ତରଣାଗାର, ଇଣ୍ଡୋର ଷ୍ଟାଡିୟମ, ରେଭିନ୍ୟୁ କ୍ୱାର୍ଟର, ମାଷ୍ଟରଲାଇନ କ୍ୱାର୍ଟର ବୁଲି ଦେଖିବାପରେ ସମସ୍ତ କ୍ୱାର୍ଟରର ମରାମତି ତଥା ପୁନଃନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ପରେପରେ ଆହାର କେନ୍ଦ୍ର ପରିଦର୍ଶନ କରିବା ସହିତ ପୁରୁଣା ବସଷ୍ଟାଣ୍ଡର ଉନ୍ନତିକରଣ ଓ ସଂପ୍ରସାରଣ ପାଇଁ ଜାଗା ବୁଲି ଦେଖିଥିଲେ । ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଳାପାଳ ବବିତାରାଣୀ ଦଳବେହେରା, ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ ଦାସ ଓ ସହକାରୀ ଯନ୍ତ୍ରୀ ନିରଞ୍ଜନ ଧଳ ,ଏନଏସିର ନିର୍ବାହୀ ଅଧିକାରୀ ଇଂ.ମନୋରଞ୍ଜନ ପଣ୍ଡା, ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ, ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ, ମତ୍ସ୍ୟ ବିଭାଗ, ବିଦ୍ୟୁତ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

Comments (0)
Add Comment