ବୌଦ୍ଧ,୧୦/୧୨- ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ଶ୍ରୀମତୀ କ୍ରିଷ୍ଣା ନାଏକଙ୍କ ତତ୍ତ୍ୱାବଧାନରେ ଅବକାରୀ ନିରୀକ୍ଷକ ବିଜୟ କୁମାର ଧରୁଆଙ୍କ ନେତୃତ୍ୱରେ ଆଜି ପୁଣି ଟିକରପଡା ପଂଚାୟତର ମେଣ୍ଡା ଓ ବରପଦର ଗ୍ରାମର ଆଭ୍ୟନ୍ତରୀଣ ଜଙ୍ଗଲ ଉପରେ ଚଢଉ କରାଯାଇଥିଲା । ଏହି ଚଢଉରେ ୨ଲକ୍ଷ ୧୯ହଜାର ଗଞ୍ଜେଇଗଛ କାଟି ପୋଡି ନଷ୍ଟ କରିଦିଆଯାଇଥିଲା ଯାହାର ଆନୁମାନିକ ମୂଲ୍ୟ ୨୧କୋଟି ୯୦ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢାଉରେ ମାଜିଷ୍ଟ୍ରେଟ ଭାବରେ ତ୍ରିଦେବ ରଥ, ଅବକାରୀ ଇନିସପେକ୍ଟର ବିଜୟ କୁମାର ଧରୁଆ, ଏଏସଆଇ କିଶୋର ଚନ୍ଦ୍ର ନାୟକ, ରୁପେଶ ମାଝୀ, କନଷ୍ଟେବଳ ପ୍ରିୟରଞ୍ଜନ କହଁର, ଅଞ୍ଜଳି ଅମାତ, ଏସକେ ଅବତାହାର, ଜୟନ୍ତ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।