ବୌଦ୍ଧ: ଦିନକରେ ରେକର୍ଡ ସଂଖ୍ୟକ ୨୫୦ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୬/୫ – ଆଜି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୨୫୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ୨୫୦ କରୋନା ପଜିଟିଭକୁ ମିଶାଇଲେ ଜିଲ୍ଲାରେ ୪୨୫୦ ଜଣ ସଂକ୍ରମଣ ହୋଇସାରିଛନ୍ତି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧବ୍ଲକ୍‌ ଅଁଳାପାଲି ଗ୍ରାମରୁ ୨ ଜଣ, ଆମ୍ବଝରୀ ଗ୍ରାମ ପଞ୍ଚାୟତ ଝାଙ୍କରପଡା ଗ୍ରାମରୁ ୧ ଜଣ, ବଘିଆପଡା ଗ୍ରାମ ପଞ୍ଚାୟତ ଇସିରୀସିଙ୍ଗା ଗ୍ରାମରୁ ୨ ଜଣ, ବାଉଁଶୁଣି ଗ୍ରାମରୁ ୩ ଜଣ ବ୍ରାହ୍ମଣପାଲି ଗ୍ରାମ ପଞ୍ଚାୟତ କାଶଲ୍‌ପୁର୍‌ ଗ୍ରାମରୁ ୩ ଜଣ, ଗୋଛାପଡା ଗ୍ରାମ ପଞ୍ଚାୟତ ବନପାଲି ଗ୍ରାମରୁ ୧ ଜଣ, ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ ପୋଲାମ୍‌ ଗ୍ରାମରୁ ୨ ଜଣ, ବ୍ରହ୍ମଚାରୀ ଗ୍ରାମରୁ ୧ ଜଣ, ଲକ୍ଷ୍ମୀପ୍ରସାଦ ଗ୍ରାମରୁ ୧ ଜଣ, ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତ ଲୁଣ୍ଡାବରଣୀ ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍‌ ବାମଣ୍ଡା ଗ୍ରାମ ପଞ୍ଚାୟତ ତାଲବାହାଲ୍‌ ଗ୍ରାମରୁ ୧୯ ଜଣ, ବନ୍ଧାପଥର ଗ୍ରାମ ପଞ୍ଚାୟତ ଲମ୍ବକାନୀ ଗ୍ରାମରୁ ୧ ଜଣ, ବାଣୀଭୂଷଣ ପୁର୍‌ ଗ୍ରାମ ପଞ୍ଚାୟତ ଝାଡ୍ରାଜିଙ୍ଗ ଗ୍ରାମରୁ ୨ ଜଣ, ଧଲପୁର୍‌ ଗ୍ରାମରୁ ୨୨ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ବୁକେସିଙ୍ଗା ଗ୍ରାମରୁ ୧୭ ଜଣ, ଲୁଣିବାହାଲ୍‌ ଗ୍ରାମ ପଞ୍ଚାୟତ ବଡ ବନ୍ଧ ଗ୍ରାମରୁ ୧୫ ଜଣ, ମଥୁରା ଗ୍ରାମ ପଞ୍ଚାୟତ ପଙ୍କୁଆଲ୍‌ ଗ୍ରାମରୁ ୧୦ ଜଣ, ପୁରୁଣା କଟକ ଗ୍ରାମରୁ ୫ ଜଣ, ସାଂପୋଚ ଗ୍ରାମ ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗ୍ରାମରୁ ୫୦ ଜଣ, ସାଂପୋଚ ଗ୍ରାମରୁ ୨ ଜଣ, ସଙ୍କୁଲେଇ ଗ୍ରାମ ପଞ୍ଚାୟତ ବିଶିପାଲି ଗ୍ରାମରୁ ୪୧ ଜଣ, ସରସରା ଗ୍ରାମ ପଞ୍ଚାୟତ ବଡ ବଙ୍କାପଡା ଗ୍ରାମରୁ ୨ ଜଣ, ତିଲେଶ୍ୱର୍‌ ଗ୍ରାମରୁ ୧ ଜଣ କଣ୍ଟାମାଳ ବ୍ଲକ୍‌ ବିଲାସପୁର ଗ୍ରାମ ପଞ୍ଚାୟତ ପାଣ୍ଡରୀପଡା ଗ୍ରାମରୁ ୧ ଜଣ, ଦପଲା ଗ୍ରାମରୁ ୨ ଜଣ, ଘଣ୍ଟାପଡା ଗ୍ରାମ ପଞ୍ଚାୟତ ଶ୍ରୀମାଲ୍‌ ଗ୍ରାମରୁ ୧ ଜଣ, ଗୁଡଭେଲିପଦର୍‌ ଗ୍ରାମର ୧ ଜଣ, ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତ ରାବେଡି ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ସର୍ଗିପାଲି ଗ୍ରାମରୁ ୨ ଜଣ, ଖଲିଆପାଲି ଗ୍ରାମ ପଞ୍ଚାୟତ ଟିକରାପଡା ଗ୍ରାମରୁ ୧ ଜଣ, ବରଡିପଦର ଗ୍ରାମରୁ ୨ ଜଣ, ମନମୁଣ୍ଡା ଗ୍ରାମରୁ ୧ ଜଣ, ନୁର୍ପା ଗ୍ରାମରୁ ୧ ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ଡେଙ୍ଗପଦର୍‌ ଗ୍ରାମରୁ ୧ ଜଣ, ଶୁଣ୍ଢିପଦର୍‌ ଗ୍ରାମରୁ ୨ ଜଣ, ଧୁଙ୍ଗିୟାପଦର ଗ୍ରାମରୁ ୧ ଜଣ, ଗୋପାଳପୁର ଗ୍ରାମରୁ ୧ ଜଣ, ବୌଦ୍ଧ ସହରାଞ୍ଚଳ ରାମେଶ୍ୱର ବିହାର ଅଂଚଳର ୪ ଜଣ, ମାଳିସାହିରୁ ୧ ଜଣ, ବୁଟୁପାଲିରୁ ୪ଜଣ, ରାଜନପାଲିରୁ ୩ ଜଣ, ବଗିଚା ସାହିରୁ ୫ ଜଣ, ଦୈନିକ ବଜାରରୁ ୩ ଜଣ, ଗଣେଶ ବଜାରରୁ ୨ଜଣ, ବାବୁସାହିରୁ ୬ ଜଣ, ନୂଆରେଭିନ୍ୟୁ କଲୋନୀରୁ ୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

Comments (0)
Add Comment