ବୌଦ୍ଧ,୫/୩ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ଗ୍ରାମ ପଞ୍ଚାୟତର ନବନିର୍ମିତ କାର୍ଯ୍ୟାଳୟ ଗୃହ ଆଜି ପଞ୍ଚାୟତିିରାଜ ଦିବସ ଅବସରରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ବିଧାୟକ ପ୍ରଦୀପ ଅମାତ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା ଯୋଗ ଦେଇଥିଲେ । ରାଧାନଗର ଗ୍ରାମ ପଞ୍ଚାୟତର ସରପଞ୍ଚ ଅପରାଜିତା ବେହେରା ସଭାରେ ଅଧ୍ୟକ୍ଷତା କରିଥିଲେ । ଗ୍ରାମ ପଞ୍ଚାୟତର ଜନସାଧାରଣ ସମେତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଣୀତ ଗୋପାଳ, ବାମଣ୍ଡା ସରପଞ୍ଚ ଲଳିତ ମୋହନ ଥାଟି ଉପସ୍ଥିତ ଥିଲେ । ମଥୁରା ଗ୍ରାମ ପଞ୍ଚାୟତରୁ ଅଲଗା ହୋଇ ଗତ ୨୦୧୬ ମସିହାରେ ନୂତନଭାବେ ରାଧାନଗର ଗ୍ରାମ ପଞ୍ଚାୟତ ସୃଷ୍ଟି ହୋଇଥିଲା ।