ସାଇକେଲକୁ ଧକ୍କାଦେଲା ଟାଟା ଏସିଇ, ପତ୍ନୀ ମୃତ ସ୍ୱାମୀ ଗୁରୁତର

ବୌଦ୍ଧ,୮/୪ – ଆଜି ସକାଳ ପ୍ରାୟ ୧୦ଟାରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ଛକ ନିକଟରେ ସାଇକେଲ ଆରୋହୀଙ୍କୁ ଗୋଟିଏ ଟାଟା ଏସିଇ ଗାଡି ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରାଧାନଗର୍‌ ଗ୍ରାମର ଲଳିତ ସାହୁ (୬୩ ) ସାଇକେଲ ଯୋଗେ ସପତ୍ନୀକ ରାଧାନଗର ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟକୁ କୋଭିଡ୍‌ ଇଞ୍ଜେକ୍ସନ ନେବାପାଇଁ ଆସୁଥିବାବେଳେ ବୌଦ୍ଧପଟରୁ ଲୁହାଛଡ ବୋଝେଇ ଏକ ଟାଟା ଏସିଇ (ଓଡି-୨୭ ୮୯୬୧) ସାଇକେଲକୁ ଧକ୍କା ଦେଇଥିଲା ।

ଫଳରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ଆମ୍ବୁଲାନସ୍‌ ଯୋଗେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତିି କରାଯାଇଥିଲା ଓ ଲଳିତଙ୍କ ପତ୍ନୀ ପ୍ରଫୁଲ୍ଲ ସାହୁ (୫୯) ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଲଳିତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଉତ୍ୟକ୍ତ ଲୋକେ ଜାତୀୟ ରାଜପଥ ନମ୍ବର ୫୭ ଅବରୋଧ କରିଥିଲେ । ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାଶୁଝା କରିବାପରେ ରାସ୍ତାରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା ।

Comments (0)
Add Comment