ବୌଦ୍ଧ,୧୫/୮- ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ୭୪ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି ପତାକା ଉତ୍ତୋଳନ କରିଥିଲେ । ଶ୍ରୀ ମହାନ୍ତି ତାଙ୍କ ଅଭଭାଷଣରେ କରୋନାରୁ ମୁକ୍ତି ପାଇବା ପାଇଁ ସବୁ ପ୍ରକାର ନିୟମ ସରକାରଙ୍କ ମାନିବା ସଙ୍ଗେସଙ୍ଗେ ଜୀବନ ଜୀବିକା ଉପରେ ଧ୍ୟାନ ଦେଲେ ସବୁ କାର୍ଯ୍ୟ ଠିକ ଭାବେ ହୋଇପାରିବ । ଆତ୍ମନିର୍ଭରଶୀଳ ଭାରତ ଯୋଜନା ଲୋକମାନଙ୍କୁ ଆକର୍ଷଣ କରିବା ପାଇଁ ଅନୁରୋଧ କରିଥିଲେ । କୋରନା ଯୋଦ୍ଧା ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସଫେଇ କର୍ମଚାରୀ ଶ୍ରୀ କମଲ୍ ସ ।ନ୍ଧ୍ଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଙ୍କ ସହ ଜିଲ୍ଲାର ବରିଷ୍ଠ ନେତା ପ୍ରେମାନନ୍ଦ ମିଶ୍ର, ପୂର୍ବତନ ସଭାପତି ମନୋରଞ୍ଜନ ଦାସ, ସତ୍ୟାନନ୍ଦ ପାଣ୍ଡେ, ମହିଳା ସଭାନେତ୍ରୀ ଶ୍ରୀମତୀ ନମିତା ରାଣୀ ଦାସ, ତାପସ ପଟନାୟକ, ଅଟଳ କୁମାର ପ୍ରଧାନ, ଶ୍ୟାମ ସୁନ୍ଦର ପୁରୋହିତ, ପ୍ରତାପ ସାହୁ, ନିରଞ୍ଜନ ଦାନୀ ପ୍ରମୁଖ ଯୋଗଦେଇଥିଲେ । ସମସ୍ତେ କୋଭିଡ ନିୟମ ଅନୁଯାୟୀ ସାମାଜିକ ଦୂରତା ଓ ମାସ୍କ ପରିଧାନ କରିଥିଲେ ।