ଡିକି ଭାଙ୍ଗି ୭୬ ହଜାର ଲୁଟ

ବୌଦ୍ଧ,୧୪/୯ – ଆଜି ଅପରାହ୍ନ ସମୟରେ ହରଭଙ୍ଗା ବ୍ଲକ୍‌ ତିଲେଶ୍ୱର ବଜାର ନିକଟରୁ ଜଣେ ଶିକ୍ଷକଙ୍କ ବାଇକ ଡିକି ଭାଙ୍ଗି ୭୬ ହଜାର ୩ ଶହ ଟଂକା ଦୃବୁର୍ତ୍ତମାନେ ଲୁଟି ନେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଶିକ୍ଷକ ପ୍ରତାପ କିଶୋର ବେହେରା ବିଦ୍ୟାଳୟର ମଧ୍ୟାହ୍ନଭୋଜନ ଟଂକା ଉଠାଣ ପାଇଁ ପୁରୁଣା କଟକ ଷ୍ଟେଟ୍‌ବ୍ୟାଙ୍କକୁ ଯାଇଥିଲେ । ବିଦ୍ୟାଳୟ ଜମାଖାତାରୁ ୭୬,୩୦୦ ଟଂକା ଉଠାଣ କରି ନିଜ ଗାଆଁ କୋଇଲିସୁତାକୁ ବାଇକ ଯୋଗେ ଫେରୁଥିବା ବେଳେ କିଛି ଜେରକ୍ସ କରିବା ପାଇଁ ବାଇକ ରଖି ଜେରକ୍ସ ଦୋକାନକୁ ଯାଇଥିଲେ । ସେଠାରୁ ଫେରି ଦେଖିବା ବେଳକୁ ଡିକି ଭାଙ୍ଗି କେହି ସମସ୍ତ ଟଂକା ଓ ଅନ୍ୟ କାଗଜ ପତ୍ର ନେଇ ଯାଇଛି । ଏ ସମ୍ପର୍କରେ ପୁରୁଣାକଟକ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Comments (0)
Add Comment