ବୌଦ୍ଧ,୧୮/୧୧- ଆଜି କନ୍ଧମାଳ ସାଂସଦ ଡ. ଅଚ୍ୟୁତାନନ୍ଦ ସାମନ୍ତ ବୌଦ୍ଧଜିଲ୍ଲା ଗସ୍ତରେ ଆସି ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତରେ ମାସ୍କ ଓ ଔଷଧ ବଂଟନ କରିଛନ୍ତି । ପୁରୁଣାକଟକ ଭୈରବୀ ମନ୍ଦିର ଠାରେ ନୂତନଭାବେ ନିର୍ମିତ ହୋଇଥିବା ରୋଷେଇଘରକୁ ଫିତାକାଟି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ, ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରାଙ୍କ ସମେତ ମାଭୈରବୀ ମନ୍ଦିର ପରିଚାଳନା କମିଟିର ସଦସ୍ୟଗଣ ଉପସ୍ଥିତ ଥିଲେ । ସାଂସଦ ଡ. ସାମନ୍ତ ଭୈରବୀମନ୍ଦିର ପରିଚାଳନା କମିଟିର ଆଜୀବନ ସଦସ୍ୟତା ଗ୍ରହଣ କରିବା ସହ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଲୁଣିବାହାଲ ଠାରେ ନିର୍ମାଣ ହେବାକୁ ଥିବା କିସ୍ ବିଦ୍ୟାଳୟ ସ୍ଥାନ ପରିଦର୍ଶନ କରିବାସହ ଖୁବ ଅଳ୍ପଦିନ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ ।
ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧୀକ୍ଷକ ଭି.ରଘୁନାଥ ରାଓ, ଜିଲ୍ଲା ଗ୍ରାମ୍ୟଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କ ସହିତ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ନେଇ ସମୀକ୍ଷା କରିଥିଲେ । ଦଳୀୟ ନେତା ଓ କର୍ମୀଙ୍କ ସହ ସାଂସଦ ଡ.ସାମନ୍ତ ସାଙ୍ଗଠନିକ ସ୍ଥିତି ଓ ଜିଲ୍ଲାର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାଚକ୍ରରେ ବିଜେଡି ନେତା ଅଶୋକ ସାହୁ, ବସନ୍ତ ସ୍ୱାଇଁ, ବିଦ୍ୟାଧର ସ୍ୱାଇଁ, ସାଂସଦ ପ୍ରତିନିଧି ଶାନ୍ତନୁ ମିଶ୍ର, ଯୁବ ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ଛାତ୍ର ସଭାପତି ସଂଗ୍ରାମ ଦାସ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, କଣ୍ଟାମାଳ ବ୍ଲକ ପ୍ରତିନିଧି ଶମ୍ଭୁ ସାହୁ, ସୁଜୀତ ମେହେର, ଶାନ୍ତନୁ ଥାଟ୍ଟ୍ୀ ଏବଂ ବହୁସଂଖ୍ୟାରେ ସରପଞ୍ଚ ଓ ସମିତିସଭ୍ୟ ଯୋଗଦେଇ ସାଂସଦଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ସର୍କିଟ ହାଉସ ଠାରେ ଏନଏସି କର୍ମଚାରୀମାନଙ୍କୁ ମାସ୍କ ବଣ୍ଟନ କରିଥିଲେ । ଏହାପରେ ବୌଦ୍ଧବ୍ଲକ ତେଲିବନ୍ଧ ରୋପକ୍ଲବ ଠାରେ ମାସ୍କ ବଣ୍ଟନ କରିବା ସହିତ ବୃକ୍ଷରୋପଣ କରିଥିଲେ ଡ. ସାମନ୍ତ । ଏହି କାର୍ଯ୍ୟକ୍ରମରେ ଅକ୍ଷୟ ସ୍ୱାଇଁ, ପ୍ରଭାତ ପ୍ରଧାନଙ୍କ ସମେତ ଅନେକ ଯୁବନେତା ଭାଗ ନେଇଥିଲେ । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ଶାନ୍ତନୁ କୁମାର ମିଶ୍ର ଉପସ୍ଥିତ ରହି ସହଯୋଗ କରିଥିଲେ ।