ମୁଣ୍ଡାପଡାରେ ଛତୁ ଚାଷ ତାଲିମ ଶିବିର

ବୌଦ୍ଧ,୬/୯ – ବୌଦ୍ଧ ବ୍ଲକ୍‌ ମୁଣ୍ଡାପଡା ପଞ୍ଚାୟତର ପରିସରରେ ଥିବା ଅସ୍ଥାୟୀ କରୋନା ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏସ.ବି.ଆଇ. ଆରସେଟି ଦ୍ୱାରା ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ୨୮ ଜଣ ମହିଳା ସଦସ୍ୟା ମାନଙ୍କ ୧୦ ଦିନିଆ ଛତୁ ଚାଷ ତାଲିମ୍‌ ଶିବିର ଅନୁଷ୍ଠିତ ହୋଇଯାଇଛି । କରୋନା ସମୟରେ ଲୋକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହୋଇଥିବା ବେଳେ ଛତୁ ଚାଷ ମାଧ୍ୟମରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଇବା ଉଦ୍ଦେଶ୍ୟରେ ଆରସେଟିର ଏ ପ୍ରୟାସକୁ ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ ପ୍ରଶଂସା କରିଥିଲେ । ତାଲିମ ଶିବିର ଉଦଯାପନ ଦିବସରେ ସମସ୍ତ ତାଲିମ୍‌ ଗ୍ରହଣ କାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ତାଲିମଦାତା ଭାବେ ବିବେକାନନ୍ଦ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଆରସେଟି ନିର୍ଦ୍ଦେଶକ ବିଚିତ୍ର ମହାପାତ୍ର, ଜୀବିକା ମିଶନ୍‌ ଡି.ପି. ଏମ. ଫ୍ରାନ୍ସିସ ବାର୍ଲା, ବି.ପି.ଏମ. ସତ୍ୟପ୍ରିୟ ବଘାର ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ପ୍ରଶିକ୍ଷକ ଭାବେ ଅମର ପ୍ରସାଦ ମହାପାତ୍ର ଓ କାନନ ଖମାରୀ ତାଲିମ ଶିବିର ପରିଚାଳନା କରିଥିଲେ । ପ୍ରଶାନ୍ତ ପଣ୍ଡା, ନବଘନ କରଡିଆ ଏଥିରେ ତାଙ୍କୁ ସହାୟତା କରିଥିଲେ ।

Comments (0)
Add Comment