ବୌଦ୍ଧ ସମବାୟ ବ୍ୟାଙ୍କ ସଭାପତି ହେଲେ ଅରୁଣ ପ୍ରଧାନ

ବୌଦ୍ଧ,୧୬/୧୧- ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ପରିଚାଳନା କମିଟିର ସଭାପତି ଭାବେ ଆଜି ଧର୍ମଗୁଳା ବଳରେ ୪ନଂ ଜୋନର ଡାଇରେକ୍ଟର ଅରୁଣ କୁମାର ପ୍ରଧାନ ବିଜୟୀ ହୋଇଥିବା ଦେଖିବାକୁ ମିଳିଛି । ବ୍ୟାଙ୍କ ସଭାପତି ପଦବୀ ପାଇଁ କିଶୋର କୁମାର ମେହେର ଓ ଅରୁଣ କୁମାର ପ୍ରଧାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ଆଜି ମୋଟ ୧୫ ଜଣ ଡାଇରେକ୍ଟରଙ୍କ ମଧ୍ୟରୁ ସଭାପତି ନିର୍ବାଚନରେ ୧୪ଜଣ ଅଂଶଗ୍ରହଣ କରିଥିଲେ ଏବଂ ଜଣେ ଅନୁପସ୍ଥିତ ଥିଲେ । ୧୪ଗୋଟି ମଧ୍ୟରୁ ଉଭୟ ପ୍ରାର୍ଥୀଙ୍କୁ ୭ଟି ଲେଖାଏଁ ଭୋଟ ମିଳିଥିଲା ଫଳରେ ଧର୍ମଗୁଳା ମାଧ୍ୟମରେ ଫଳାଫଳ ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ହୋଇଥିଲା । ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଧର୍ମଗୁଳା ପକାଇଥିଲେ । ଏଥିରେ ଅରୁଣ କୁମାର ପ୍ରଧାନ ବିଜୟୀ ହୋଇଥିବା ଶ୍ରୀମତୀ ଦଳବେହେରା ଘୋଷଣା କରିଥିଲେ ।

Comments (0)
Add Comment