ବୌଦ୍ଧ,୩/୫ – ଜିଲ୍ଲାରେ କୋଭିଡ ପରିଚାଳନାକୁ ସୁସଂଗଠିତ କରିବାପାଇଁ ଜିଲ୍ଲାର ତିନି ଜଣ ବରିଷ୍ଠ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ତଦାରଖ ଦାୟିତ୍ୱ ପ୍ରଦାନ କରିଛନ୍ତି । ଆଜି ଜିଲ୍ଲାପାଳ କରିଥିବା ଆଦେଶ ଅନୁଯାୟୀ ଟି. ଏମ. ସି. ପ୍ରସ୍ତୁତି, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ତଦାରଖ, ସଚେତନତା ସୃଷ୍ଟି, ବିବାହ ଓ ମୃତାହ କାର୍ଯ୍ୟ ଆଦିରେ ଜନଗହଳି ବିରୋଧରେ କାର୍ଯ୍ୟାନୁଷ୍ଠାନ, କରୋନାରେ ମୃତ୍ୟୁବରଣ କରିଥିବା ଶବ ସଂସ୍କାର, ଆମ୍ବୁଲାନସ୍ ଓ ମହାପ୍ରୟାଣ ଗାଡିର ସୁପରିଚାଳନା, ପ୍ରବାସୀ ଶ୍ରମିକଙ୍କ ଆଗମନକୁ ଜଗିବା, ବ୍ଲକ୍ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ଦିବାରାତ୍ର କଲ୍ ସେଣ୍ଟର୍ ପରିଚାଳନା, ପଞ୍ଚାୟତିରାଜ ପ୍ରତିନିଧ ଏବଂ ବିଡିଓ,ତହସିଲଦାର୍ ଓ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ସହ ସମନ୍ୱୟ ସ୍ଥାପନ କାର୍ଯ୍ୟର ତଦାରଖକାରୀ ଅଧିକାରୀ ଦାୟିତ୍ୱ ଦିଆଯାଇଛି । ଏ ସମସ୍ତ କାର୍ଯ୍ୟର ତଦାରଖ ବୌଦ୍ଧବ୍ଲକ୍ ଓ ବୌଦ୍ଧ ଏନଏସି ଅଂଚଳରେ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତି ରଞ୍ଜନ ନାଏକ, କଣ୍ଟାମାଳ ବ୍ଲକ ପାଇଁଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ବବିତାରାଣୀ ଦଳ ବେହେରା ଓ ହରଭଙ୍ଗା ଅଂଚଳ ପାଇଁ ଉପ ଜିଲ୍ଲାପାଳ ଅଶ୍ୱିନୀ କୁମାର୍ ମେହେର ତଦାରଖ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା କ୍ଷମତାପ୍ରାପ୍ତ ହୋଇଥିବା ଜଣାପଡିଛି ।