ବଜରଙ୍ଗ ଦଳ ପ୍ରାନ୍ତୀୟ ସୌର୍ଯ୍ୟ ପ୍ରଶିକ୍ଷଣ ଶିବିର

ବଜରଙ୍ଗ ଦଳ ପ୍ରାନ୍ତୀୟ ସୌର୍ଯ୍ୟ ପ୍ରଶିକ୍ଷଣ ଶିବିର

ବୌଦ୍ଧ,୧୫/୬- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବୌଦ୍ଧଠାରେ ଗତ ୧୦ ତାରିଖ ଠାରୁ ବଜରଙ୍ଗ ଦଳର ପ୍ରାନ୍ତୀୟ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହେଉଛି । ଉକ୍ତ ବର୍ଗରେ ୨୨ଟି ସାଙ୍ଗଠାନିକ ଜିଲ୍ଲାରୁ ୬୮ ଜଣ ଶିକ୍ଷାର୍ଥୀ ଉପସ୍ଥିତ ରହି ଏହି ପ୍ରଶିକ୍ଷଣ ନେଉଛନ୍ତି । ଉଦଘାଟନୀ ଉତ୍ସବରେ ପୂଜ୍ୟ ସ୍ୱାମୀ ଜୀବନ ମୁକ୍ତାନନ୍ଦଜୀ, ପୁରୀ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସଭାପତି ଡ. ରାଜକୁମାର ବଡପଣ୍ଡା, କୋଲକତା କ୍ଷେତ୍ର, ସଂଯୋଜକ ଅମଲ ଚଳ୍ରବର୍ତ୍ତୀ, ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶରତ ଚନ୍ଦ୍ର ପ୍ରଧାନ, ବର୍ଗ ପ୍ରମୁଖ ମୋହନ ଚରଣ ଦାସ , ବୌଦ୍ଧଜିଲ୍ଲା ସଭାପତି ଶମ୍ଭୁ ପ୍ରସାଦ ମିଶ୍ର, ସଂପାଦକ ପ୍ରେମାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ଦିନ ମାନଙ୍କରେ ମାର୍ଗଦର୍ଶନ କରିବାପାଇଁ ଅଚ୍ୟୁତାନନ୍ଦ କର, ବିଷ୍ଣୁ ପାତ୍ର (ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରାନ୍ତ ପ୍ରଚାରକ), ପ୍ରାନ୍ତ ସଂଯୋଜକ ସୁଧୀର ରଞ୍ଜନ ବହିଦାର, ପ୍ରାନ୍ତ ସାଧାରଣ ସଂପାଦକ ଭକ୍ତ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଯୁବକମାନଙ୍କ ମନରେ ରାଷ୍ଟ୍ରୀୟ ଭାବନା ଜାଗ୍ରତ କରିବା ସଙ୍ଗେସଙ୍ଗେ ସେବା, ସଂସ୍କାର ଓ ସୁରକ୍ଷାର ମାନସିକତା ତିଆରି କରାଯାଇଥିଲା । ଶାରିରୀକ ବିକାଶ ପାଇଁ ଦଣ୍ଡ, ବାଧା, ରଶି ଚଢିବା ତଥା ଯୋଗାସନ, ପ୍ରାଣାୟାମ ଶିକ୍ଷାଦାନ ଦିଆଯାଇଥିଲା । ୭ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତାକାଲି ଉଦଯାପିତ ହେବ ।

Comments (0)
Add Comment