ବୌଦ୍ଧରେ ଜାତୀୟ ପେନସନଭୁକ୍ତ ଶିକ୍ଷକ ସଂଘର ବିଶାଳ ଶୋଭାଯାତ୍ରା

ବୌଦ୍ଧ,୨୯/୧୦- ବୌଦ୍ଧ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ୪ ଦଫା ସମ୍ବଳିତ ଦାବି ପତ୍ର ବିଶାଳ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକପ୍ରତିନିଧି ଦଳ ଜ଼ିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କୁ ପ୍ରଦାନ କରିଛନ୍ତି । ଦାବିଗୁଡିକ ମଧ୍ୟରେ ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି (୨୦୦୧)ଠାରୁ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ, ଜୁନିୟର ଟିଚର ଚୁକ୍ତିଭିତ୍ତିକ ଭାବେ ବିଭିନ୍ନ ନାମରେ ନିୟୋଜନ ହୋଇଥିବା ଶିକ୍ଷକଙ୍କ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରୀରେ ଗଣନା ସହ ୬ ଟି ଇନକ୍ରିମେଣ୍ଟ ପ୍ରଦାନ କରାଯାଉ । ଜାତୀୟ ପେନସନ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ କରାଯାଉ । ପ୍ରାଥମିକ ଶିକ୍ଷକଙ୍କୁ ୨୮୦୦ ଗ୍ରେଡ଼ ପେ ପ୍ରଦାନ କରାଯାଉ । ଏକ୍ସ କ୍ୟାଡର ଉଛେଦ କରାଯାଉ । ଉପରୋକ୍ତ ସମସ୍ତ ଦାବିନେଇ ଶିକ୍ଷକମାନେ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରୁ ବାହାରି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ । ବୌଦ୍ଧ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏନପିଏସ ସଂଘର ବ୍ଲକ ସଭାପତି ରାଜକୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ହୋଇଥିଲା । ଉକ୍ତ ସଭାରେ ରାଜ୍ୟ ଏନପିଏସ ସଂଘ ଉପ -ସଭାପତି ଶମ୍ଭୁ ଗିରି, ପ୍ରାଥମିକ ଶିକ୍ଷକ ଜ଼ିଲ୍ଲା ସଭାପତି ଦିଲ୍ଲୀପ ପ୍ରଧାନ, ଉପଦେଷ୍ଟା ବିରଞ୍ଚିି ପ୍ରଧାନ, ମିଳିତ ଶିକ୍ଷକ ସଂଘ କଣ୍ଟାମାଳ ବ୍ଲକ ସଭାପତି ନୀଳାଞ୍ଚଳ ଭୋଇ, ଜ଼ିଲ୍ଲା ଗଣଶିକ୍ଷକ ସଂଘର ସଭାପତି ବିରେନ ଦାସିଆ, ଜ଼ିଲ୍ଲା ବିଇଡି ସଂଘ ସଭାପତି ସୌମିତ୍ରୀ ପଲିଆ, ଜ଼ିଲ୍ଲା ସମ୍ପାଦକ ମହେଶ ସେଠି ପ୍ରମୁଖ ଉଦବୋଧନ ଦେଇ ସରକାର ତୁରନ୍ତ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ପ୍ରକିୟାରେ ଏନପିଏସ ଶିକ୍ଷକଙ୍କୁ ସାମିଲ କରା ନଗଲେ ରାଜରାସ୍ତାକୁ ଓହ୍ଲାଇବା ସହ ସରକାରୀ କଳକୁ ସମ୍ପୂର୍ଣ୍ଣ ଅଚଳ କରାଯିବ ବୋଲି ମତ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ଜ଼ିଲ୍ଲା ଉପସଭାପତି ରଞ୍ଜିତା ମିଶ୍ର, ବସନ୍ତ ବିଶ୍ୱାଳ, ସାଙ୍ଗଠନିକ ସମ୍ପାଦକ ଧରଣୀଧର ମେହେର, ଅନାଦି ଚରଣ ବେହେରା, କୋଷାଧକ୍ଷ ସନ୍ତୋଷ କର୍ଣ୍ଣ, ମିଡ଼ିଆ ସଂଯୋଜକ ବିଜୟ କୁମାର ସାହୁ, କାର୍ଯ୍ୟକାରୀ ସଭ୍ୟ ରେଣୁପ୍ରଭା ବେହେରା, ଚାପଧାରୀ ପାତ୍ର, ପ୍ରଦୀପ କୁମାର ସାହୁ, ବ୍ଲକ କର୍ମକର୍ତ୍ତା ରଜତ କୁମାର ନାଏକ, ପ୍ରସନ୍ନ ଭୁକ୍ତା, ଅଜୟ ମିଶ୍ର, ଉତ୍ତମ ନାଏକ, ବିଜୟିନୀ ପାତ୍ର, ମମତା ବେରିହା, ସୁଶାନ୍ତ ପଣ୍ଡା ମିଳିତ ଶିକ୍ଷକ ସଂଘ ସଭାପତି କୁମୁଦ ଚନ୍ଦ୍ର ପ୍ରଧାନ, ସୁଶାନ୍ତ ଅମାତ, ବୀର ବିକ୍ରମ ପ୍ରଧାନ,ଉପଦେଷ୍ଟା ଲୋକନାଥ, ଗୌରୀ ପ୍ରସାଦ ସାହୁ, ନିରାକାର ସାହୁ, ପଞ୍ଜନା ପତିି, ଜୟନ୍ତୀ କାନୁନଗୋ ପ୍ରମୁଖ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Comments (0)
Add Comment