ଆନ୍ତର୍ଜାତୀୟ ଯୁବ ଦିବସରେ ବୌଦ୍ଧର ତୋଫାନ ପରିଡା ସମ୍ବର୍ଦ୍ଧିତ

ବୌଦ୍ଧ,୧୨/୮- ଆନ୍ତର୍ଜାତୀୟ ଯୁବ ଦିବସ ପାଳନ ଅବସରରେ ନୂତନ ମହାରାଷ୍ଟ୍ର ସଦନ, ନୂଆଦିଲ୍ଲୀ ଠାରେ ଜାତୀୟ ଯୁବ ସଂଗଠନ ତରଫରୁ ଆୟୋଜିତ ସଭାର ମୁଖ୍ୟଅତିଥି ମାନ୍ୟବର କ୍ୟାବିନେଟମନ୍ତ୍ରୀ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଭାରତ ସରକାରଙ୍କ ଶ୍ରୀ ଅନୁରାଗ ଠାକୁର, ପୂର୍ବତନ ରାଜ୍ୟପାଳ ଆଲୋକ ରତ୍ନ କୋହଲିି, ମିଜୋରାମଙ୍କ କରକମଳରେ ତୋଫାନ ପରିଡ଼ାଙ୍କୁ ଜାତୀୟ ୟୁଥ୍‌ ଆଇକନ୍‌ ତଥା ଜାତୀୟ ଯୁବ ପ୍ରେରଣା ସମ୍ମାନରେ ସମ୍ମାନିତ କରିଥିଲେ । ସେ ସୁସ୍ଥ ସମାଜର ଗଠନ ତଥା କିଶୋର କିଶୋରୀ ମାନଙ୍କୁ ସ୍ୱାସ୍ଥ୍ୟ ଶିକ୍ଷା ଦେଉଛନ୍ତି, ଗୋଟିଏ ମାସ ମଧ୍ୟରେ ୩ଟି ଜିଲ୍ଲାର ୬୩ଟି ପରିବାର ପାଖରେ ସରକାରୀ ଯୋଜନା ଗୁଡିକ ତଥା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ରାସନ୍‌ କାର୍ଡ ପରି ସରକାରୀ ଯୋଜନା ପହଞ୍ଚାଇବାକୁ ସମର୍ଥ ହୋଇପାରିଥିବାରୁ ଏହି ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ଏହାର ସମସ୍ତ ଶ୍ରେୟ ଫ୍ରେଣ୍ଡସିପ କ୍ଲବ୍‌ ସଦସ୍ୟ ସଦସ୍ୟା, ସାର୍ଥକ ମହାପାତ୍ର, ଅଂଶୁମାନ ହୋତା, ସମ୍ୟକ ନାୟକ ତାଙ୍କ ପରିବାର ୱାଇ.ସି.ଡିଏ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗରେ ଥିବା ସମସ୍ତ ଅଧିକାରୀ, ଜନସାଧାରଣଙ୍କୁ ଦେଇଛନ୍ତି । ଏହି ଅବସରରେ ସମ୍ମାନିତ ଅତିଥିଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀ ରାମଦାସ ଅଥାବଲେ, ରାଜ୍ୟ ସାମାଜିକ ନ୍ୟାୟ ଓ ସାମାଜିକ ସଶକ୍ତିକରଣ ବିଭାଗ, ଭାରତ ସରକାର, ମାନ୍ୟବର ରାଜ୍ୟ ଅର୍ଥମନ୍ତ୍ରୀ ଡଃ ଭଗବତ କରାଡ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଫୁଗାନ ସିଂ କୁଲାସ୍ତେ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment