ମୁଣ୍ଡିପଦର ହାଇସ୍କୁଲରେ ୩୬ ୟୁନିଟ ରକ୍ତ ସଂଗ୍ରହ

ବୌଦ୍ଧ/ଜହ୍ନ ।ପଙ୍କ,୪/୯- ବୌଦ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ନୋଡ଼ାଲ ଉଚ୍ଚ ଼ ବିଦ୍ୟାଳୟରେ ବୌଦ୍ଧଜିଲ୍ଲା ଭାରତ ସ୍କାଉଟ ଗାଇଡ଼ ଓ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଉଦୟ ମାଝୀ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ମୁଣ୍ଡିପଦର ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ, ପ୍ରଧାନଶିକ୍ଷୟତ୍ରୀ ସଚଳା ଗୁରୁ, ବୌଦ୍ଧ ଜିଲ୍ଲା ରକ୍ତଦାତା କମିଟିର ସଂଯୋଜକ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଆଖପାଖ ଅଞ୍ଚଳର ପ୍ରାୟ ୩୬ ଜଣ ଯୁବକ ରକ୍ତଦାନ କରିଥିଲେ । ଶିବିରକୁ ବୌଦ୍ଧ ବ୍ଲଡ ବ୍ୟାଙ୍କର କର୍ମଚାରୀ ଚତୁର୍ଭୁଜ ବାରିକ, ଦେବଦତ୍ତ କିଷାନ ଓ ବାଦଲ କୁମାର ପ୍ରଧାନ ପରିଚାଳନା କରିଥିବାବେଳେ ଯେ ଆର ସି ଅଧିକାରୀ ନବ କିଶୋର ଦ୍ୱୀପ, ସ୍କାଉଟ ମାଷ୍ଟର ସୁଧୀର କୁମାର ଭୋଇ, ଉଗ୍ରେସନ ବେହେରା, ମନୋଜ ଗାଈଗୌରୀଆ,ଜେଆରସି କାଉନସିଲର ଧୀରେନ କୁମାର ପ୍ରଧାନ, ଶିକ୍ଷକ ବରୁଣ ରଣା, ଦୀନବନ୍ଧୁ ପତି, ପିଇଟି ଦଶରଥ ଭୋଇ, ସ୍ୱେଛାସେବୀ ଜଗଦୀଶ ବାରିକ, ରକ୍ତଦାତା ଲିଲୁପାଣି ମହାକୁଡ଼, ଅଯତ୍ନ ଲୁହା, ବସୁଦେବ ଗହୀର, କ୍ରୀଷ୍ଣାର୍ଜୁନ ମେହେର, ସୁଦାମ ମେହେର, ଅନିରୁଦ୍ଧ ବେହେରା ଓ ମୁଣ୍ଡିପଦର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

Comments (0)
Add Comment