ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୭ ଦଫା ଦାବିପତ୍ର ପ୍ରଦାନ

ବୌଦ୍ଧ,୨୯/୫- ବିଭିନ୍ନ ଦାବି ନେଇ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଏବଂ କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୃଥକ୍‌ ପୃଥକ୍‌ ଭାବେ କଣ୍ଟାମାଳ ବ୍ଲକ୍‌ ଏବଂ ତହସିଲ୍‌ କାର୍ଯ୍ୟାଳୟ ଘେରାଉ କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଚାରି ଦଫା ସମ୍ବଳିତ ଦାବିପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳାକୃଷ୍ଣ ପ୍ରଧାନ ଓ ତିନି ଦଫା ସମ୍ବଳିତ ଦାବିପତ୍ର ଭାରପ୍ରାପ୍ତ ତହସିଲଦାର ଧନଞ୍ଜୟ ସାହୁଙ୍କୁ ପ୍ରଦାନ କରାଯାଇଥିଲା । କଣ୍ଟାମାଳ ବ୍ଲକର ସମସ୍ତ ଭୂମହୀନଙ୍କୁ ଚାଷ ଜମି , ଡିହ ହୀନ ଙ୍କୁ ଡିହ ଏବଂ ଦଳିତ ବସ୍ତିକୁ ସରକାରୀ ରାସ୍ତା ପାଇଁ ତହସିଲଦାର ଦାବିପତ୍ର ପ୍ରଦାନ କରାଯାଇଥିଲା । ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଶହ ଶହ ଦଳିତ ପରିବାର ଉପରୋକ୍ତ ସୁବିଧା ସୁଯୋଗ ଏବଂ ପ୍ରାପ୍ୟରୁ ବଞ୍ଚିତ ରହିଛନ୍ତି । ହଜାର୍‌ ହଜାର ହେକ୍ଟର ଜମି ମୁଷ୍ଟିମେୟ ବ୍ୟକ୍ତିଙ୍କ ଦ୍ୱାରା ଜବର ଦଖଲ ରହିଥିବା ବେଳେ ଜିଲ୍ଲାର ଶହ ଶହ ପରିବାର ଭୂମି ହୀନ ଏବଂ ଡିହ ହୀନ ଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍‌ଡେ ମଧ୍ୟ ନାହିଁ । ଜବର ଦଖଲ କରିଥିବା ବେଆଇନ୍‌ ସରକାରୀ ଜମିରୁ ଜବର ଦଖଲ କାରୀଙ୍କୁ ଉଚ୍ଛେଦ କରିବା ସହ ଭୂମିହୀନ ଦଳିତ ପରିବାରକୁ ଦୁଇ ଏକର ଲେଖାଏଁ ଚାଷ ଜମି ଏବଂ ଡିହହୀନଙ୍କୁ ଦଶ ଡିସିମିଲ ଲେଖାଏଁ ଘରବାରୀ ପଟ୍ଟା ଯୋଗାଇ ଦେବାକୁ ଦାବି କରାଯାଇଛି । ସେହିପରି ଜିଲ୍ଲାର ଶତାଧିକ ଦଳିତ ବସ୍ତିକୁ ସରକାରୀ ରାସ୍ତା ନ ଥିବାରୁ ଲୋକଙ୍କ ଡିହ ଏବଂ ହୁଡ଼ା ଦେଇ ଯିବା ଆସିବା କରୁଛନ୍ତି । ଶତାଧିକ ବସ୍ତିରେ ନଳକୂଅ ନଥିବା ଯୋଗୁଁ ପିଇବା ପାଣିର ଘୋର ସମସ୍ୟା ଦେଖା ଦେଇଛି । କଣ୍ଟାମାଳ ବ୍ଲକ ର ସମସ୍ତ ଗଣ୍ଡା ସାହିକୁ କମ୍ୟୁନିଟି ସେଣ୍ଟର , ନଳକୂଅ , କଂକ୍ରିଟ ରାସ୍ତା ଏବଂ ଜିଲ୍ଲାର ପ୍ରତି ବ୍ଲକରେ ଅତି କମରେ ତିନୋଟି ଅନୁସୂଚିତ ଜାତି ଆବାସିକ ଉଚ୍ଚବିଦ୍ୟାଳୟ ଏବଂ ଦୁଇଟି ମହା ବିଦ୍ୟାଳୟ ଆଦି ସାତ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା ସଭାପତି ବଟକୃଷ୍ଣ ପ୍ରଧାନ , ଜିଲ୍ଲା ଉପ ସଭାପତି ମକରଧ୍ୱଜ ମହାନନ୍ଦିଆ , ବସନ୍ତ କୁମାର ଖୁରା , ରୋହିତ କହଁର , ଯୁଗ୍ମ ସଂପାଦକ ଶ୍ରୀନିବାସ ହାତୀ , ସଂଗଠନ ସମ୍ପାଦକ ଦେବଦତ୍ତ ସାଗର , ଜିଲ୍ଲା କାର୍ଯ୍‌ଯକାରିଣୀ ସଦସ୍ୟ ମହାଦେବ କଲତା , କଳିଙ୍ଗ ତାଣ୍ଡିଆ , ରାଜେନ୍ଦ୍ର ବାଘ , ପ୍ରମୋଦ ସାହାଣୀ , ସଂଜିତ ଜେନା , ପ୍ରଜାପତି ଭବସାଗର , ରବୀନ୍ଦ୍ର ନାଗ , ସୁରେଶ୍‌ ମହାନନ୍ଦ , ସୁନାଧର ବାଘ , ବରଗାଁ ସମିତି ସଭ୍ୟ ଆଙ୍ଗୁରି ତାଣ୍ଡି , ବରିଷ୍ଠ ସମାଜସେବୀ ଅଲେଖ ବେହେରା , ଧରଣୀଧର ବିଭାର , ଗରିବ ଜଗଦଲା , ଗୌରାଙ୍ଗ ରାଜହଂସ , ସୁନୀଲ ହରିପାଲ , ମୁଙ୍ଗେଶ ମହାନନ୍ଦ , ସନ୍ତୋଷ ନାଗ , ଲକ୍ଷ୍ମଣ ବାଘ , କଂଶାରୀ ଦୀପ , ଲିଙ୍ଗରାଜ ମହାନନ୍ଦିଆ , ଲଳିତ ଲୁହା , ବନମାଳୀ ମୁନା , କୃଷ୍ଣଚନ୍ଦ୍ର କୁମ୍ଭାର ପ୍ରମୁଖ ଙ୍କ ସହିତ ୨୪ ଟି ପଂଚାୟତ କମିଟିର ସହସ୍ରାଧିକ କର୍ମକର୍ତ୍ତା ଓ ସମାଜସେବୀ ଘେରାଉ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Comments (0)
Add Comment