ମହାନଦୀ ଆଳତୀ ଘାଟରେ ଗୌରବାବୁଙ୍କ ସ୍ମୃତିଚାରଣ ସଭା

ବୌଦ୍ଧ,୧୭/୧ – ବୌଦ୍ଧଜିଲ୍ଲାର ସ୍ୱାଭିମାନୀ ମଣିଷ ଗୌରମୋହନ ମିଶ୍ରଙ୍କ ବିୟୋଗରେ ଜନସାଧାରଣଙ୍କ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷାବିତ୍‌ ଗୁରୁପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ସଚ୍ଚିଦାନନ୍ଦ ଦଲାଲ, ବିଶ୍ୱେଶ୍ୱର ପୃଷ୍ଟି, ମାଗୁଣି ଗାଇଗୌରିଆ, ସତ୍ୟନାରାୟଣ ପାଣି, ବିପ୍ରଚରଣ ମହାନ୍ତି, ସୂର୍ଯ୍ୟନାରାୟଣ ମହାପାତ୍ର, ପ୍ରଭାତ ସାହୁ, ବିଶିକେଶନ ପ୍ରଧାନ, ସୁଶାନ୍ତ ପ୍ରସାଦ ମିଶ୍ର, କିଶୋର ମିଶ୍ର, ନୀଳଲୋହିତ ମହାପାତ୍ର ପ୍ରମୁଖ ସ୍ୱର୍ଗତଃ ଗୌରମୋହନ ମିଶ୍ରଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ହୀରାଂଚଳର ସଂପାଦକ ଯୁଗଳ କିଶୋର ସାମଲ ସ୍ମୃତିଚାରଣ ସଭାରେ ଅନୁପସ୍ଥିତ ଥିବାରୁ ତାଙ୍କ ଲିଖିତ ଏକ ଶୋକବାର୍ତ୍ତାକୁ ଦେବାଶିଷ ପୁରୋହିତ ପାଠ କରିଥିଲେ । ସ୍ୱର୍ଗତଃ ମିଶ୍ର ବ୍ରାହ୍ମଣ ସମାଜ, ନାଗରିକ କମିଟିର ସଭାପତି ସହିତ ବିଭିନ୍ନ ଅନୁଷ୍ଠାନମାନଙ୍କରେ ଜଡିତ ରହିଥିଲେ । ତାଙ୍କ ଦ୍ୱାଦଶାହ ଦିବସରେ ସ୍ୱର୍ଗତଃ ଗୌରମୋହନ ମିଶ୍ରଙ୍କ ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ପୃଷ୍ଠା ଲେଖା ପ୍ରକାଶିତ କରିବା ପାଇଁ ହୀରାଞ୍ଚଳ ସମ୍ପାଦକ ଶ୍ରୀ ସାମଲ ଶୋକବାର୍ତ୍ତାରେ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମକୁ ଦେବାଶିଷ ପୁରୋହିତ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ବ୍ରାହ୍ମଣ ସମାଜ, ନାଗରିକ କମିଟିର କାର୍ଯ୍ୟକର୍ତ୍ତା ଓ ବୁଦ୍ଧିଜୀବୀମାନେ ଯୋଗଦାନ କରିଥିଲେ ।

Comments (0)
Add Comment