ବୌଦ୍ଧ,୧୩/୯:- ଆଜି ଦିନ ପ୍ରାୟ ୨ଟା ସମୟରେ ବୌଦ୍ଧ ବାଇପାସ ଜଗଦୀଶପୁର ଛକରେ ଦୁର୍ଘଟଣା ଘଟି ବାପାର ଜୀବନ ଚାଲିଯାଇଥିବାବେଳେ ପୁଅକୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବରପାଇ ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକ ଜଣକ ହେଲେ ବଂଶୀଧର ଭୋକ୍ତା ଗୁରୁତର ପୁଅ ହେଲେ ହିମାଂଶୁ ଭୋକ୍ତା । ପ୍ରାପ୍ତ ଖବରରୁ ଜଣାପଡିଛି ଯେ ଆଜି ବୌଦ୍ଧ ଥାନା ଅନ୍ତର୍ଗତ ଖୁଣ୍ଟିଆପଡା ଗ୍ରାମର ବାପା ପୁଅ ବଂଶୀଧର ଓ ହିମାଂଶୁ ବୌଦ୍ଧ ସହରକୁ କୌଣସି କାମରେ ଆସିଥିଲେ । ବୌଦ୍ଧରୁ କାମ ସାରି ଘରକୁ ଫେରିବା ସମୟରେ ଜଗଦୀଶପୁର ବାଇପାସ ନିକଟରେ ତାଙ୍କ ବାଇକକୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବାପା ବଂଶୀଧର ଭୋକ୍ତା ମୃତ୍ୟୁ ଘଟିଥିବା ବେଳେ ପୁଅ ହିମାଂଶୁ ଭୋକ୍ତା ଗୁରୁତର ଆହତ ହୋଇ ପଡ଼ିଥିଲେ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଏବେ ତାଙ୍କ ସ୍ଥିତି ସଙ୍କଟାପନ୍ନ ରହିଛି । ଅନ୍ୟପଟେ ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି ।