ବୌଦ୍ଧ,୨୩/୯- ବୌଦ୍ଧଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ୧୫ଟି ହାଇସ୍କୁଲ ଆନ୍ତର୍ଭୁକ୍ତିକରଣ ପାଇଁ ଆଜି ଆଭାସୀ ଜରିଆରେ ୫ଟି ସଚିବଙ୍କ ସହ ବାର୍ତ୍ତାଳାପ କରାଯାଇଛି । ଏହି ଆଭାସୀ ବୈଠକରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ, ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା, ଜ଼ିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଏ. ପି. ଡ଼ି. ପ୍ରତାପ ଚନ୍ଦ୍ର ପ୍ରଧାନ, ଡେପୁଟି କଲେକ୍ଟର ଝରଣା ପ୍ରଧାନ, ଉପ -ଜ଼ିଲ୍ଲାପାଳ ସନତ କୁମାର ନାୟକ, ଏ. ଡ଼ି. ଇ. ଓ. ଘନଶ୍ୟାମ ମେହେର, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂଙ୍କ ସମେତ ଯୋଗୀନ୍ଦ୍ର ଦେବ ହାଇସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟ, ଯୋଗୀନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଆଭାସୀରେ ହରଭଙ୍ଗା ବିଡିଓ ରବୀନ୍ଦ୍ର କହଁର, ବି. ଡ଼ି. ଓ କଣ୍ଟାମାଳ କଳାକୃଷ୍ଣ ପ୍ରଧାନ, ବି. ଡ଼ି. ଓ ବୌଦ୍ଧ ଅବିନାଶ ପାଣ୍ଡିଆ ଏବଂ ଉକ୍ତ ବ୍ଲକ ର ସରପଞ୍ଚ, ଆଲୁମିନି, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ମଧ୍ୟ ଯୋଡି ହୋଇଥିଲେ । ୫ଟି ସଚିବ ସମସ୍ତ ବିଦ୍ୟାଳୟ ଯେପରି ସ୍କୁଲ ପଟ୍ଟା ପାଇବେ, ସ୍କୁଲକୁ ବିଦ୍ୟୁତ ସଂଯୋଗୀ କରଣ, ଇଣ୍ଟରନେଟ୍ ସଂଯୋଗୀକରଣ, ସ୍କୁଲକୁ ସଂଯୋଗ କରୁଥିବା ରାସ୍ତା ଭଲ ହେବା ସହିତ ରାସ୍ତାର ଦୁଇକଡ଼ରେ ଗଛ ଲଗାଇବା, ସ୍କୁଲ ପରିବେଶ ଭିତର, ବାହାର ସୌନ୍ଦର୍ଯ୍ୟ କରଣ ସହିତ ଆଗରୁ ଆନ୍ତର୍ଭୁକ୍ତିକରଣ ହୋଇଥିବା ହାଇସ୍କୁଲର ସୁପରିଚାଳନା ପାଇଁ ପରାମର୍ଶ ଦେବା ସହ, ବିଦ୍ୟାଳୟର ସମସ୍ତ ପାଠ୍ୟ, ବୈଦ୍ୟୁତିକ, ଇ -ଲାଇବ୍ରେରୀ, ସ୍ମାର୍ଟ କ୍ଲାସର ସୁ ବିନିଯୋଗ ଏବଂ ସେସବୁକୁ ଭଲ ଭାବରେ ରଖିବା ପାଇଁ ପରାମର୍ଶ ଦେଇଥିଲେ । ମାର୍ଚ୍ଚ ୫ସୁଦ୍ଧା ତୃତୀୟ ପର୍ଯ୍ୟାୟରେ ଆନ୍ତର୍ଭୁକ୍ତିକରଣ ହେବାକୁ ଥିବା ହାଇସ୍କୁଲର କାମ ଠିକ ଭାବେ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।