ହାଇମାଷ୍ଟ୍‌ ଲାଇଟ୍‌ ସଜଡା ହେଉ ନ ଥିବାରୁ ବାଉଁଶୁଣୀ ଛକ ଅନ୍ଧାର

ବୌଦ୍ଧ /ବାଉଁଶୁଣୀ,୨୫/୯- ବୌଦ୍ଧ ବ୍ଲକ୍‌ ବାଉଁଶୁଣୀ ଛକ ନିକଟରେ ଥିବା ହାଇମାଷ୍ଟ ଲାଇଟ ଗତ ଦୁଇ ମାସ ତଳେ ଆସିଥିବା ଝଡ ତୋଫାନରେ ଭାଙ୍ଗି ଯାଇଛି । ଆଜି ପର୍ଯ୍ୟନ୍ତ ତାହା ମରାମତି ହୋଇ ପାରିନଥିବା ଯୋଗୁଁ ରାତିସାରା ବାଉଁଶୁଣୀ ଛକରେ ଅନ୍ଧାର ରାଜୁତି କରୁଛି । ଜାତୀୟ ରାଜପଥ ନମ୍ବର୍‌ ୫୭ ର କଡରେ ରହିଥିବା ବାଉଁଶୁଣି ଛକ ଏ ଅଂଚଳର ପ୍ରମୁଖ ବସ୍‌ଷ୍ଟାଣ୍ଡ ଅଟେ । ସନ୍ଧ୍ୟା ହୋଇଗଲେ ଛକ ଅନ୍ଧାର ରହୁଥିବା ହେତୁ ଛକର ବ୍ୟବସାୟୀ, ବସ୍‌ ଅପେକ୍ଷା କରୁଥିବା ଓ ରାତିରେ ଓହ୍ଲାଉଥିବା ଓ ଯାତାୟାତ କରୁଥିବା ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ତେଣୁ ଗ୍ରାମପଂଚାୟତ ତଥା ବ୍ଲକ୍‌ ପ୍ରଶାସନ ଏ ସମ୍ପର୍କରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।

Comments (0)
Add Comment