ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ଯୋଗାଇ ଦେବାକୁ ଦାବି

ବୌଦ୍ଧ/ବାଉଁଶୁଣୀ,୨୮/୧୦-ବୌଦ୍ଧ ବ୍ଲକ ବହିରା ପଞ୍ଚାୟତ ବହିରା ଗ୍ରାମର କିଶୋର ମହାନନ୍ଦିଆ (୨୦) ଜଣେ ଭିନ୍ନକ୍ଷମ ଯୁବକ । ସେ ଜନ୍ମରୁ ଭିନ୍ନକ୍ଷମ ଅଟନ୍ତି ଓ ଗୋଡରେ ଚାଲି ପାରୁନଥିବାରୁ ଜନ୍ମରୁ ଗୁରୁଣ୍ଡି ଗୁରୁଣ୍ଡି ବାଟ ଚାଲୁଛନ୍ତି । ସରକାରୀ ସହାୟତା ଭାବେ କେବଳ ଭିନ୍ନକ୍ଷମ ଭତ୍ତା ପାଞ୍ଚଶହ ଟଙ୍କା ପାଉଛନ୍ତି । ତାଙ୍କର ବାପା ଦିନ ମଜୁରୀଆ ଭାବେ କାର୍ଯ୍ୟ କରନ୍ତି । ଦିନକୁ ଯାହା କମାନ୍ତି ଏତିକିରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି । ଖଣ୍ଡିଏ ହୁଇଲ ଚେୟାର ପାଇଁ ବ୍ଲକ୍‌ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ଗୁହାରି କରି କରି ଥକି ଗଲେଣି ହେଲେ, ଆଜିପର୍ଯ୍ୟନ୍ତ ତାଙ୍କୁ ଭିନ୍ନକ୍ଷମ ମାନଙ୍କ ପାଇଁ ଉଦ୍ଦିଷ୍ଟ ଟ୍ରାଏ ସାଇକେଲ ଖଣ୍ଡିଏ ମିଳିନି ବୋଲି ଦୁଃଖରେ କୁହନ୍ତି କିଶୋର । ତାଙ୍କୁ ଖଣ୍ଡିଏ ଟ୍ରାଏ ସାଇକେଲ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି । ଏ ସମ୍ପର୍କରେ ସମାଜ କଲ୍ୟାଣ ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ଗ୍ରାମବାସୀ ମଧ୍ୟ ଅନୁରୋଧ କରିଛନ୍ତି ।

Comments (0)
Add Comment