ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ହରଭଙ୍ଗା ବ୍ଲକ୍‌ ଘେରାଉ

ବୌଦ୍ଧ,୧୫/୧୧: ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ଜନ ଆକ୍ରୋଶ କାର୍ଯ୍ୟକ୍ରମ ହରଭଙ୍ଗା ବ୍ଲକ୍‌ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ଧାରଣା ସହିତ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଉପ ସଭାନେତ୍ରୀ ଶ୍ରୀମତୀ ଡ: ଲେଖାଶ୍ରୀ ସାମନ୍ତ ସିଂହାର ଯୋଗଦାନ୍‌ କରି ତାଙ୍କ ଅଭିଭାଷଣରେ ଓଡ଼ିଶା ସରକା ଙ୍କ ଜଙ୍ଗଲ ଶାସନ , ପ୍ରୀୟାପ୍ରୀତି , ଅଣ ଓଡ଼ିଆ ତାମିଲ ଶାସନ ଉପରେ ଆଧାରିତ ବ୍ୟାପକ ଅନିୟମିତତା ଦୁର୍ନୀତି ଭ୍ରଷ୍ଟାଚାର ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳରେ ବ୍ୟାପକ ଦୁର୍ନୀତି ଅଭିଯୋଗ ସବୁକୁ ଗୋଟି ଗୋଟି ବର୍ଣ୍ଣନା କରି ଅଭିଭାଷଣ ଦେଇଥିଲେ । ବ୍ଲକ୍‌ ଅଫିସ୍‌ମାନଙ୍କରେ ବ୍ୟାପକ ଅନିୟମିତତା ଦୁର୍ନୀତି ଭ୍ରଷ୍ଟାଚାର ବଢି ଚାଲିଛି ।କେନ୍ଦ୍ରୀୟ ଯୋଜନାକୁ ଆତ୍ମସାତ କରାଯାଇ ରାଜ୍ୟ ବିଜେଡି ସରକାର ବାହାବା ନେଉଛନ୍ତି ବୋଲି ଜିଲ୍ଲା ବିଜେପି ସଭାପତି ତାଙ୍କ ଭାଷଣରେ କହିଥିଲେ । ବରିଷ୍ଠ ବିଜେପିନେତା ସୁଶାନ୍ତ କୁମାର ପ୍ରଧାନ, ମାଗୁଣି ଗାଈଗୌରୀଆ, ବିକାଶ ମହାକୁଡ, ସଂଜିତ୍‌ ମଣ୍ଡଳ , ରମେଶ ମହାନ୍ତି , ବାମନ ବାରିକ ତପନ କୁମାର ଡ ।ଙ୍ଗ , ଶମ୍ଭୁ ପ୍ରଧାନ, ଶାନ୍ତି ଦନ୍ତା, ସୁକାନ୍ତ ପାଣିଗ୍ରାହୀ , ସୂର୍ଯ୍ୟ ନାରାୟଣ ମହାପାତ୍ର , ସଂଗ୍ରାମ ବେହେରା , ମନରଞ୍ଜନ ଦାସ , ନମିତା ରାଣୀ ଦାସ, ପ୍ରେମାନନ୍ଦ ମିଶ୍ର , ତାପସ କୁମାର ପଟ୍ଟନାୟକ ପ୍ରମୁଖ ବହୁ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମକୁ କର୍ଣ୍ଣେଲ ଶିଶିର କୁମାର ଘୋଷ ପରିଚାଳନା କରିବା ସହିତ ବ୍ଲକ୍‌ ଅଫିସ୍‌ରେ ବ୍ୟାପକ ଅନିୟମିତତା ଦୁର୍ନୀତି ଭ୍ରଷ୍ଟାଚାର ଅଭିଯୋଗକୁ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଜିର ଏହି ଜନ ଆକ୍ରୋଶ କାର୍ଯ୍ୟକ୍ରମରେ ହଜାର ହଜାର ଦଳୀୟ କର୍ମକର୍ତ୍ତା ଓ ଜନ ସାଧାରଣ ଯୋଗଦେଇଥିଲେ ।

Comments (0)
Add Comment