ବୌଦ୍ଧ ଜିଲ୍ଲାସ୍ତରୀୟ ୩ ଦିନିଆ ସ୍କାଉଟ ଗାଇଡ଼ କ୍ୟାଂପୋରି ଶିବିର ଉଦଯାପିତ

ବୌଦ୍ଧ/ଜହ୍ନ ।ପଙ୍କ,୧୭/୩: ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ବୌଦ୍ଧବ୍ଳକ ଅନ୍ତର୍ଗତ ବୁଢ଼ୀପଦର ପୂର୍ଣ୍ଣଚନ୍ଦ୍ର ଼ଉଚ୍ଚବିଦ୍ୟାଳୟ ପରିସରରେ ୩ ଦିନିଆ ଜିଲ୍ଲା ସ୍କାଉଟ ଗାଇଡ଼ କ୍ୟାଂପୋରି ଶିବିର ଗୁରୁବାର ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଯୋଗଦେଇ ଭଗବାନ ସୃଷ୍ଟି କରିଥିବା ପ୍ରାକୃତିକ ସମ୍ପଦର ସୁରକ୍ଷା ଦେବା, ନିଜ ଦ୍ୱାରା ଯାହା ସମ୍ଭବ ଅନ୍ୟମାନଙ୍କ ସେବା କରିବା, ନିଜ କର୍ତ୍ତବ୍ୟକୁ ନିଜେ ଠିକ ଭାବେ ସମ୍ପାଦନ କରିବା, ଚରିତ୍ର ଠିକ ରଖିବା, ସ୍ୱାସ୍ଥ୍ୟର ଯତ୍ନ ନେବା ଏବଂ ନେଇଥିବା ତାଲିମକୁ ସଦୁପଯୋଗ କରିବା ଆଦି ସ୍କାଉଟ ଗାଇଡ଼ର ମୂଳ ଲକ୍ଷ୍ୟ ବୋଲି ବକ୍ତବ୍ୟରେ କହିଥିଲେ । ଆଜି ଯଦି ଏହି ଶିବିରକୁ ଆସିନଥାନ୍ତ ତେବେ ଏଭଳି ସୁଯୋଗ ପାଇନଥାନ୍ତ । ତେଣୁ ସୁଯୋଗ ହାତଛଡା କରିବା ଛାତ୍ରର ଧର୍ମ ନୁହେଁ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବିଆରସିସି ଲଳିତ ମୋହନ ବିଶ୍ୱାଳ, ପଦ୍ମନପୁର ସରପଞ୍ଚ ସୌଦାମିନୀ ବାରିକ ମଞ୍ଚ ।ସିନ ଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଆନନ୍ଦ ବେହେରା ଶିବିରର ବିବରଣୀ ପଠନ କରିଥିଲେ । ଛାତ୍ରଛାତ୍ରୀଙ୍କ ପାଇଁ ସ୍କାଉଟ ଗାଇଡ଼ କ୍ୟାଂପୋରି ଶିବିରର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ତିନି ଦିନ ଧରି ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗିଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସ୍କାଉଟ ଗାଇଡ଼ ଶିକ୍ଷକ ବସନ୍ତ ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ଶିକ୍ଷକ ଦିଲ୍ଲୀପ ମହାକୁଳ ଧନ୍ୟବାଦ ଦେଇଥିଲେ । ଆଜି ସକାଳେ ସର୍ବଧର୍ମ ପ୍ରାର୍ଥନା ପରେ ଶାନ୍ତି ଯାତ୍ରା ପାଇଁ ମକୁନ୍ଦପୁର ଗ୍ରାମକୁ ସ୍କାଉଟ ଗାଇଡ଼ ଛାତ୍ରଛାତ୍ରୀ ଯାଇଥିଲେ । ତିନିଦିନ ଧରି ଚାଲିଥିବା ଏହି ତାଲିମ ଶିବିରରେ ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ନୃତ୍ୟ, ସଙ୍ଗୀତ, ଭିଲେଜ ଫାୟାର, ସ୍କିଲୋଡ୍ର ।ମା, ଚିତ୍ର ପ୍ରଦର୍ଶନ, ମାର୍‌ଚିଂ ଆଦି ୮ଟି ଦୁଃସାହସିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିବିରରେ ୪୩ ଟି ବିଦ୍ୟାଳୟର ୧୯୨ ଜଣ ସ୍କାଉଟ ଓ ୧୧୮ ଜଣ ଗାଇଡ଼ ସହିତ କପ ବୁଲବୁଲ ସହିତ ୩୧୦ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ତିନି ଦିନ ଧରି ଚାଲିଥିବା ଏହି ଶିବିରରେ ସ୍କାଉଟ ଗାଇଡ଼ ଶିକ୍ଷକ ଶଶାଙ୍କ ଶେଖର ଶାସିନୀ, ଅମ୍ବରୀଶ ପ୍ରଧାନ, ଉଗ୍ରେସନ ବେହେରା, ତ୍ରିପୁରାରୀ ବାଘ, ପ୍ରକାଶ ପରିଡ଼ା, ବିରୂପାକ୍ଷ ସ୍ୱାଇଁ, ରଞ୍ଜିତ ଚାନ୍ଦ, ବିଭୁତି ବିଶ୍ୱାଳ, କମଳ ପ୍ରଧାନ କର୍ମଚାରୀ ପ୍ରଶାନ୍ତ ହୋତା, ଭୋଳାନାଥ ପ୍ରଧାନ, ଲରେନ୍ସ ବିଶ୍ୱାଳ, ସୁଦାମ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Comments (0)
Add Comment