ବୌଦ୍ଧ,୨୩/୯: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ବନ୍ଧାପଥର ପଞ୍ଚାୟତ ଓ ସରସରା କ୍ଲଷ୍ଟର ଅନ୍ତର୍ଗତ ଗୁଡପଡ଼ା ଉଚ୍ଚ଼ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନର ସଭାପତି ଆଲୋକ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ସାହୁ ସ୍ୱାଗତ ଭାଷଣ ଦେବା ସହ ଅଭିଭାବକମାନଙ୍କ ସହଯୋଗକୁ ଭୂୟସୀ ପ୍ରଶଂସା କରିଥିଲେ । ସରସରା ସିଆରସିସି ଧରଣୀଧର ମେହେର ମୋ ସ୍କୁଲ ଅଭିଯାନର ଲକ୍ଷ୍ୟ ଉଦ୍ଦେଶ୍ୟ କହିଥିବାବେଳେ ବଙ୍କାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦ୍ୟାଳୟକୁ ମନ୍ଦିର ରୂପେ ତୁଳନା କରି ଶିଶୁରୂପୀ ଚଳନ୍ତି ଦେବତାଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବା ପାଇଁ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟ ଶିକ୍ଷା କମିଟିର ସଭାପତି ଗୋବିନ୍ଦ ବେହେରା ଉପସ୍ଥିତ ଥିବାବେଳେ ଶିକ୍ଷକ ଅଶୋକ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିବାସହ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ନାଦୁଲେନ୍ଦୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଶିକ୍ଷକ ଟିମା ନାଗ, ଅରବିନ୍ଦ ବାଘ, ସୁଦର୍ଶନ ମେହେର, ଅବନିତା ରଥ କାର୍ଯ୍ୟକ୍ରମର ସଫଳତା ପାଇଁ ସକ୍ରିୟ ସହଯୋଗ କରିଥିଲେ । ପ୍ରକାଶ ଥାଉକି ୧୧୦ଜଣ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ୪୨୦୫୦ଟଙ୍କା ବିଦ୍ୟାଳୟର ଉନ୍ନତି ପାଇଁ ଆର୍ଥିକ ସହଯୋଗ କରିଥିଲେ ।