ବୌଦ୍ଧ,୧୩/୭ – ଆଜି ବୌଦ୍ଧ କୃଷି ବିଭାଗ ସଭାଗୃହରେ ବୌଦ୍ଧ ଜିଲ୍ଲା କୃଷି ଅଧିଦର୍ଶକ ସଂଘର ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଛି । ସଂଘର ସଭାପତି ଭାବେ ଶେଷଦେବ ସାମଲ ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବେ ବିଚିତ୍ର କୁମାର୍ ସାହୁ ଓ କୋଷାଧ୍ୟକ୍ଷ ଭାବରେ ପୂର୍ଣ୍ଣାନନ୍ଦ ସାହୁ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିଲେ । ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ନାଏକ, ପୂର୍ବତନ ଅଧ୍ୟକ୍ଷ ହୃଦାନନ୍ଦ ମାଝି ଓ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଯୋଗ ଦେଇଥିଲେ ।