ବୌଦ୍ଧ,୭.୧୦- ବୌଦ୍ଧଜିଲ୍ଲା ବିଜେପି ତରଫରୁ ଜିଲ୍ଲାର ସମସ୍ତ ମଣ୍ଡଳ ଶକ୍ତିକେନ୍ଦ୍ର ଓ ବୁଥ ମାନଙ୍କରେ ” ସେବା ଏବଂ ସମର୍ପଣ ଅଭିଯାନ ଗତ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭହୋଇ ଆଜି ଉଦଯାପିତ ହୋଇଯାଇଛି । ସମୁଦାୟ ୨୧ ଦିନରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ଶେଷ ଦିବସରେ ରାଜ୍ୟ ବିଜେପି ଓଡିଶାର କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ ପାଳନ କରାଯାଇଥିଲା । ଗତ ୬ ଓ ୭ ଦୁଇଦିନିଆ କାର୍ଯ୍ୟକ୍ରମରେ ସ୍ୱଚ୍ଛ ଭାରତ, ନମାମି ଗଙ୍ଗା , ଦୁଇଗୋଟି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିତାଧିକାରୀଙ୍କ ଠାରୁ ପୋଷ୍ଟକାର୍ଡ ମାଧ୍ୟମରେ ୨୦୨ ଗୋଟି ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ ପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ପ୍ରେରଣ କରାଯାଇଥିଲା । ପବିତ୍ର ମହାନଦୀରେ ନମାମି ଗଙ୍ଗା, ସ୍ୱଛ ଭାରତ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ , ବିଭିନ୍ନ ଧର୍ମର ସାଧୁ ଓ ସନ୍ଥଙ୍କ ସହିତ ସାକ୍ଷାତକାର, ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପାଇଁ ଦୀର୍ଘ ଜୀବନ କାମନା କରି ପ୍ରାର୍ଥନା ସହ ଦୀପ ପ୍ରଜ୍ୱଳନ ଓ ଭାରତୀୟଙ୍କ ସର୍ବମଙ୍ଗଳ ପାଇଁ ପ୍ରାର୍ଥନା ସହ ସାଧୁସନ୍ଥଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ଜ୍ଞାପନ କାର୍ଯ୍ୟକ୍ରମ କରାଯାଇଥିଲା ।
ସମୁଦାୟ ମୋଟ ୨୧ ଦିନ ମଧ୍ୟରେ ମୋଟ ୨୭ ଗୋଟି ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି । ଶେଷ ଦୁଇଦିନ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ସହ ଜିଲାର ବରିଷ୍ଠ ବିଜେପି ନେତୃବୃନ୍ଦ କହ୍ନେଇ ଚରଣ ଡାଙ୍ଗ, ସୁଶାନ୍ତ ପ୍ରଧାନ, ସତ୍ୟାନନ୍ଦ ପାଣ୍ଡେ, ତାପସ କୁମାର ପଟ୍ଟନାୟକ, ସୁଶାନ୍ତ ବାଘ, ପ୍ରେମାନନ୍ଦ ମିଶ୍ର, ପୂର୍ଣ୍ଣଚନ୍ଦ୍ର ଗାଈଗୌରିଆ, ଶ୍ୟାମସୁନ୍ଦର ପୁରୋହିତ, ବିଶି କେଶନ ପ୍ରଧାନ, ଅଟଳ କୁମାର ପ୍ରଧାନ, ଶମ୍ଭୁ ପ୍ରଧାନ, ବିଷ୍ନୁ ଦାସ ,କୈଲାସ ପାଣ୍ଡେ, ବ୍ୟୋମକେଶ ମହାପାତ୍ର, ନିରଞ୍ଜନ ଦାନୀ ,ଶ୍ରୀମତି ମୀନାରାଣୀ ମିଶ୍ର, ମାମି ବେହେରା, ନମିତା ବେହେରା, ଅଙ୍କିତା ଭଞ୍ଜ, ସୁଜାତା ସିଂହ, ସୁବର୍ଣ୍ଣ ଝାଙ୍କର, ରାଜୀବ ଦେହୁରୀ, ସଂଗ୍ରାମ ବେହେରାଙ୍କ ସହ ସମସ୍ତମଣ୍ଡଳ ସଭାପତି ମୋର୍ଚ୍ଚା ସଭାପତି ଓ ବିଜେପି ନେତୃବୃନ୍ଦ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ଯୋଗଦାନ କରିଥିଲେ ।