ବଲାଙ୍ଗୀର,୯/୧୨- ଲୋଇସିଂହାସ୍ଥିତ ଅଗ୍ରସେନ ଭବନ ଠାରେ ବିଜେପି ମଣ୍ଡଳସ୍ତରୀୟ ୨ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ଓ ସ୍ଥାନୀୟ ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗଦାନ କରି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଲୋଇସିଂହା ଓ କୁସମେଲ ମଣ୍ଡଳର ପ୍ରାୟ ସମସ୍ତ ଦଳୀୟ କର୍ମୀମାନେ ଯୋଗଦାନ କରିଥିଲେ । ପ୍ରଧାନମନ୍ତୀ ମୋଦିଙ୍କ ନେତୃତ୍ୱଧୀନ କେନ୍ଦ୍ର ସରକାରଙ୍କ ଯୋଜନା ଓ ବିଜେପି ଦଳର ଆଭିମୁଖ୍ୟ ଆଗାମୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା କରି ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରିବାପାଇଁ କର୍ମୀଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିରର ଲକ୍ଷ୍ୟଥିଲା । ଭାରତୀୟ ରାଜନୀତିରେ ମୋଦି ଭରସେସ୍ ଅଲ୍ ପାର୍ଟି । ବିପକ୍ଷର ନକରାତ୍ମକ ପ୍ରଚାରକୁ ଉଚିତ ଜବାବ ଦେବା ପାଇଁ ସଚେତନ କର୍ମୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବିଧାୟକ ମହାଲିଙ୍ଗ ସୂଚନା ଦେଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ମହାନନ୍ଦ ମଧ୍ୟ ଏଥିରେ ଯୋଗଦାନ କରିଥିଲେ ।