ବାରମ୍ବାର ଦୁର୍ଘଟଣା, ଜାତୀୟ ରାଜପଥ ବିଭାଗର ପଶୁନି ଚେତା

ବୌଦ୍ଧ,୧୭/୮ – ଜାତୀୟ ରାଜପଥ ନମ୍ବର୍‌ ୫୭ ର ହରେକୃଷ୍ଣପୁର ଗ୍ରାମ ନିକଟରେ ଥିବା ଚିଲାଖଣ୍ଡି ପୋଲ ମରଣଜନ୍ତା ପାଲଟିଛି । ଦୈନନ୍ଦିନ ଏ ସଂକୀର୍ଣ୍ଣ ଓ ଅସୁରକ୍ଷିତ ପୋଲ ଉପରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟି ଚାଲିଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ଅନେକ ଲୋକଙ୍କ ଧନ ଜୀବନ ଗଲାଣି କିନ୍ତୁ ଜାତୀୟ ରାଜପଥ ବିଭାଗ ହାତ ବାନ୍ଧି ବସି ରହିଥିବା ଅଭିଯୋଗ ହୁଏ । ନିକଟରେ ନୂତନ ଭାବେ ଆଉ ଗୋଟିଏ ପୋଲ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଥିବା ଦେଖିବାକୁ ମିଳୁଛି । ତାହାକୁ ଶୀଘ୍ର ସମ୍ପୂର୍ଣ୍ଣ କରାଇବା ପାଇଁ ପ୍ରଶାସନର ତତ୍ପରତା ନାହିଁ କିମ୍ବା ପୁରୁଣା ସଂକୀର୍ଣ୍ଣ ପୋଲ ଉପରେ ହୋଇଥିବା ଖାଲଖମାକୁ ମରାମତି ମଧ୍ୟ କରାଯାଉନାହିଁ । ଗତ ସପ୍ତାହରେ ଗୋଟିଏ ଇଟା ବୋଝେଇ ଟ୍ରକ ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇ ଝୁଲିରହିଥିଲା । ଦୀର୍ଘ ୭ ଘଣ୍ଟା ଧରି ରାସ୍ତା ଜାମ୍‌ ହୋଇ ରହିଥିଲା । ବହୁକଷ୍ଟରେ କରେନ ଓ ଜେସିବି ସାହାଯ୍ୟରେ ଗାଡିକୁ ବାହାର କରାଯାଇଥିଲା । ଲୋକେ ଆଶା କରୁଥିଲେ ଏ ଘଟଣା ପରେ ଜାତୀୟ ରାଜପଥ ବିଭାଗ ଚେତିବ କିନ୍ତୁ ଫଳ ଶୁନ । ପୋଲ ଉପରେ ଥିବା ଖାଲ ଖମା ଆଜି ଯାଏଁ ମରାମତି ହୋଇ ପାରିଲା ନାହିଁ । ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏ ଦିଗରେ ଧ୍ୟାନ ଦେବାକୁ ଜନସାଧାରଣରେ ଦାବୀ ହେଉଛି ।

Comments (0)
Add Comment