କୋଭିଡ ଆକ୍ରାନ୍ତ ବନ୍ଦୀଙ୍କ ମୃତ୍ୟୁକୁ ନେଇ ବୌଦ୍ଧ ଜେଲରେ ଉତ୍ତେଜନା

ବୌଦ୍ଧ,୫/୫: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଲାଣ୍ଡିବନ୍ଧଠାରେ ଥିବା ସ୍ୱତନ୍ତ୍ର ଉପକାରାଗାର ମଧ୍ୟରେ ବିଚାରାଧିନ ଥିବା ଜଣେ ବନ୍ଦୀଙ୍କ ବୁର୍ଲା କୋଭିଡ ଚିକିତ୍ସାଳୟରେ ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି । ଚିକିତ୍ସା ଅବହେଳାରୁ କଏଦୀଙ୍କ ମୃତ୍ୟୁ ହୋଇଥିବା ନେଇ ଅନ୍ତେବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବାସହ ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର ଓ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଦାବିରେ ସେମାନେ ଧାରଣା ଦେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ଗତ ଡିସେମ୍ବର ୧୪ ତାରିଖ ଦିନ ଏକ ଇନୋଭା ଗାଡି ଚୋରି ମାମଲାରେ ନୟାଗଡ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ କୋଦପିଠା ଗ୍ରାମର ସୁରେଶ ଲେଙ୍କା ଗରିଫ ହୋଇ ଜେଲ୍‌ ଆସିଥିଲେ । ଜେଲ୍‌ ମଧ୍ୟରେ କୋଭିଡ ସଂକ୍ରମିତ ହୋଇ ଗୁରୁତର ହେବାରୁ ତାଙ୍କୁ ବୌଦ୍ଧ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତିର୍ି କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା କୋଭିଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସୋମବାର ରାତ୍ରିରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା । ସୁରେଶଙ୍କ ମୃତ୍ୟୁ ସୂଚନା ଅନ୍ୟ ବିଚାରାଧିନ ବନ୍ଦୀଙ୍କ ନିକଟରେ ପହଞ୍ଚିିବାପରେ ସେମାନେ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଉପକାରାଗାର ଭିତରେ ବନ୍ଦୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉନଥିବା ଅଭିଯୋଗ କରି ଧାରଣା ଦେଇଥିଲେ । ଉପ ଜିଲ୍ଲାପାଳ ଅଶି୍ୱନୀ କୁମାର ମେହେର, ଉପଖଣ୍ଡ ପୋଲିସ୍‌ ଅଧିକାରୀ ଆନନ୍ଦ ବର୍ଦ୍ଧନ ଗୁରୁ, ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ତପସ୍ୱିନୀ କହଁର ଉପକାରାଗାରରେ ପହଞ୍ଚି ବନ୍ଦୀମାନଙ୍କ ସହିତ ଆଲୋଚନା କରିବାପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି ।

Comments (0)
Add Comment