ସହରାଞ୍ଚଳ ସର୍ଟଡାଉନରେ ଆଶ୍ଚର୍ଯ୍ୟଜନକ ଭାବେ ଗ୍ରାମାଞ୍ଚଳ ସାମିଲ୍‌ !

ବୌଦ୍ଧ/ବାଉଁଶୁଣୀ,୨୫/୪ – ସରକାରୀ ଘୋଷଣା ଅନୁଯାୟୀ ରାଜ୍ୟର କେବଳ ସହରାଞ୍ଚଳରେ ସପ୍ତାହାନ୍ତ ସର୍ଟ ଡାଉନ ଶନିବାର ଓ ରବିବାର ହେବାକୁ ଥିବାବେଳେ ବୌଦ୍ଧ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ମଧ୍ୟ ଗତକାଲି ଅଘୋଷିତ ସର୍ଟଡାଉନ ଦେଖିବାକୁ ମିଳିଥିଲା । ଚାରିଛକ, ପୁରୁଣାକଟକ, ସାହାଜପାଲ, ବାଉଁଶୁଣୀ, ମନମୁଣ୍ଡା, ପଲସାଗୋରା, କଣ୍ଟାମାଳ ଓ ଘଣ୍ଟାପଡା ଆଦି ଗ୍ରାମାଞ୍ଚଳର ଦୋକାନ ବଜାର ଗୁଡିକ ବନ୍ଦ ରହିଥିଲା । ଲୋକେ ଦ୍ୱନ୍ଦ୍ୱରେ କିମ୍ବା କରୋନା ପ୍ରତି ଅଧିକ ସଚେତନ ହୋଇ ବନ୍ଦ କରିଥିଲେ ତାହା ନୁହେଁ ବରଂ ଅନେକ ଗ୍ରାମାଞ୍ଚଳ ଥାନା ଅଂଚଳରେ ପୋଲିସ୍‌ ବାବୁମାନେ ଦୋକାନ ବଜାର ବନ୍ଦ ରଖିବାକୁ ବ୍ୟବସାୟୀମାନଙ୍କୁ କହିଥିବା ଶୁଣିବାକୁ ମିଳେ । ସର୍ଟ ଡାଉନ ଆଳରେ କେତେକ ବ୍ୟବସାୟୀ ବିଭିନ୍ନ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଦରଦାମ ବୃଦ୍ଧି କରି ଗ୍ରାହକଙ୍କୁ ଶୋଷଣ ଆରମ୍ଭକରି ଦେଇଥିବା ଅଭିଯୋଗ ହୋଇଛି । ଗତକାଲି ବାଉଁଶୁଣି ବଜାରରେ ସ୍ଥାନୀୟ ପୋଲିସ୍‌ ଦ୍ୱାରା ଘୋଷିତ ସର୍ଟଡାଉନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ବ୍ୟବସାୟୀ ମାନେ ଥାନାକୁ ଯାଇ ଗ୍ରାମାଞ୍ଚଳ ସର୍ଟଡାଉନ ହୋଇନଥିବା କହି ଦୋକାନ ଖୋଲିବେ ବୋଲି କହି କିଛି ଦୋକାନ ଖୋଲିଥିବା ଦେଖିବାକୁ ମିଳିଛି । ସେହିପରି ଆଜି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ କିଛି କିଛି ଦୋକାନ ଖୋଲାଥିବା ଦେଖିବାକୁ ମିଳିଛି ।

Comments (0)
Add Comment