ବୌଦ୍ଧ,୨୫/୪: ବୌଦ୍ଧବ୍ଲକ୍ ଶଗଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରୁଗୁଡିକନପା ଠାରେ ଗାଁ କଲ୍ୟାଣ ସମିତି ଓ ବେସରକାରୀ ସଂସ୍ଥା ଚନ୍ଦ୍ରମାର ମିଳିତ ଆନୁକୂଲ୍ୟରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି । ଏଠାରେ ମ୍ୟାଲେରିଆ ଭଳି ମାରାତ୍ମକ ରୋଗ ସହ କିପରି ମୁକାବିଲା କରିବା ଓ ଶୂନ୍ୟ ମ୍ୟାଲେରିଆ ଲକ୍ଷ୍ୟ ହାସଲ କରିବା ତାହା ଲୋକମାନଙ୍କୁ ବୁଝାଯାଇଥିଲା । କେବଳ ସେତିକି ନୁହେଁ କରୋନା ମହାମାରୀର ଦ୍ୱିତୀୟ ଲହର ସହ କିପରି ମୁକାବିଲା କରିବା ସେ ବିଷୟରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । କରୋନା ଟୀକାକୁ ସମସ୍ତେ ନିର୍ଭୟ ଭାବେ ଗ୍ରହଣ କରିବାପାଇଁ ଅନୁରୋଧ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରୁଗୁଡିକନପା , ଖଣ୍ଡିକନପା ଗାଁ କଲ୍ୟାଣ ସମିତିର ଅଙ୍ଗନବାଡି କର୍ମୀ ଅମ୍ବିକା ଜାନୀ , ଆଶା କର୍ମୀ ସୁବାସିନୀ ଛାନ୍ଦ ,ୱାର୍ଡମେମ୍ବର ଓ ରୁଗୁଡିକନପା ଉପ- ସ୍ୱାସ୍ଥ୍ୟ କେନ୍ଦ୍ରର ପୁରୁଷ ସ୍ୱାସ୍ଥ୍ୟ ସହାୟକ ରତିଜୀବନ ମହାପାତ୍ର ଏବଂ ଚନ୍ଦ୍ରମାର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଶେଷରେ ଖଣ୍ଡିକନପା ଓ ରୁଗୁଡିକନପା ଗ୍ରାମର ସଠିକ ଭାବେ ମଶାରୀ ବ୍ୟବହାର କରୁଥିବା ୨ ଟି ପରିବାରକୁ ଟ୍ରଫି ଦେଇ ଉତ୍ସାହିତ କରକ୍ଷ ଯାଇଥିଲା ଓ ଗ୍ରାମର ଲୋକମାନଙ୍କୁ ମଶାରୀ ବ୍ୟବହାର କରିବା ପାଇଁ ସଚେତନତା କରାଯାଇଥିଲା । ଚନ୍ଦ୍ରମା ର ସହ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।