ବୌଦ୍ଧ /ବାଉଁଶୁଣି- ୫ଟି ସଚିବ ବୌଦ୍ଧ ଗସ୍ତରେ ଆସିବା ପୂର୍ବରୁ ନିର୍ମାଣ କରାଯାଇଥିବା ବାଉଁଶୁଣୀ ମେଡିକାଲ ଗେଟ ଆଜିପର୍ଯ୍ୟନ୍ତ ମୁୁକୁଳା ହୋଇ ପଡିରହିଥିବା ଦେଖିବାକୁ ମିଳୁଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଗେଟ ଅନେକ ଦିନ ହେବ ମୁକୁଳା ହୋଇ ପଡ଼ିରହିଥିଲେ ମଧ୍ୟ ବିଭାଗୀୟ କତ୍ତ୍ୃପକ୍ଷ କୌଣସି ଦୃଷ୍ଟି ଦେଉନଥିବା ଜନସାଧାରଣରେ ବିସ୍ମୟ ପ୍ରକାଶ ପାଉଛି । ମୁଖ୍ୟ ଫାଟକ ମୁକୁଳା ହୋଇ ପଡିରହିଥିବା ହେତୁ ଗାଈ ଗୋରୁ, ଘୁଷୁରୀ ଓ କୁକୁର ମାନଙ୍କ ଡାକ୍ତରଖାନାର ପରିସରକୁ ଅବାଧ ପ୍ରବେଶ ହେଉଥିବା ଦେଖିବାକୁ ମିଳୁଛି । ଏ ଦିଗରେ ମେଡିକାଲ ଅଫିସର ତଥା ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି ।