ସଚେତନ ହେଉଛନ୍ତି ବୌଦ୍ଧ ସହରବାସୀ, ଏକ ସଂଖ୍ୟା ବିଶିଷ୍ଟକୁ ଖସିଲା ସଂକ୍ରମଣ

ବୌଦ୍ଧ,୩୦/୫- ଆଜି ଚଳିତମାସର ଶେଷ ସଟ୍‌ ଡାଉନ ଥିବାବେଳେ ବୌଦ୍ଧସହରର ସମସ୍ତ ଦୋକାନ ବଜାର ବନ୍ଦ ଥିବା ଦେଖିବାକୁ ମିଳିଥିଲା । ରାସ୍ତାରେ କାଁ ଭାଁ ଲୋକ ଯିବାଆସିବା କରୁଥିବାବେଳେ ସହରସାରା ଶୁନଶାନ ରହିଥିଲା । ନିଜର ଜରୁରୀ କାମରେ କିଛି ଲୋକ ଯାଉଥିବାବେଳେ ସଟ୍‌ ଡାଉନକୁ ମାନୁଥିବାରୁ ପ୍ରଶାସନ କିଛି ପରିମାଣରେ ଆଶ୍ୱସ୍ତି ଲାଭ କରିଛି ।

ସହରାଞ୍ଚଳରେ ଜନସାଧାରଣ ସଟ୍‌ଡାଉନ ଓ କୋଭିଡ ଗାଇଡଲାଇନକୁ ନେଇ ସଚେତନ ଥିବାରୁ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଧୀରେଧୀରେ କମୁଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ ଆଜି ବୌଦ୍ଧଜିଲ୍ଲାରୁ ୧୭୭ ସଂକ୍ରମିତଙ୍କ ମଧ୍ୟରୁ ବୌଦ୍ଧ ସହରରୁ କେବଳ ୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Comments (0)
Add Comment