ବୌଦ୍ଧ,୯/୧୦ – ଚଳିତବର୍ଷ କରୋନା ମହାମାରୀ ଯୋଗୁଁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସିଟି ପରୀକ୍ଷାକୁ ଅନଲାଇନ ମାଧ୍ୟମରେ କରାଯିବା ପାଇଁ ଦାବିକରି ଆଜି ବୌଦ୍ଧ ଡି.ଆଇ.ଇ.ଟି.ର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । କରୋନା ମହାମାରୀ ସମୟରେ ଅଫ୍ଲାଇନ୍ ପରୀକ୍ଷା କରାଗଲେ କରୋନା ସଂକ୍ରମଣ ହେବାର ଆଶଙ୍କା ରହିବା ସଙ୍ଗେସଙ୍ଗେ ଛାତ୍ରଛାତ୍ରୀମାନେ ଘରୁ ପରୀକ୍ଷା କେନ୍ଦ୍ରକୁ ଯିବାଆସିବା କରିବା କିମ୍ବା ଘରଭଡା ନେଇ ରହିବା ସମ୍ଭବ ହେବ ନାହିଁ ବୋଲି ସେମାନେ ଦର୍ଶାଇଛନ୍ତି । ଚଳିତବର୍ଷ ୫୦ ପ୍ରତିଶତ ମାର୍କର ପରୀକ୍ଷା ହେବାକୁ ଥିବାରୁ ସେଭଳି ସିଲାବସ୍ ପ୍ରସ୍ତୁତ ହୋଇନଥିବା ଦାବି ପତ୍ରରେ ଦର୍ଶାଯାଇଛି ଯାଇଛି ।
ଉପରୋକ୍ତ ଦାବି ଗୁଡିକୁ ନେଇ ବୌଦ୍ଧ ଡି.ଆଇ. ଇ.ଟି.ର ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ଲା କାର୍ଡ ଧରି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତିକୁ ପ୍ରତିବାଦ କରିଛନ୍ତି ଓ ଜିଲ୍ଲାପାଳଙ୍କୁ ଆଜି ଦାବିପତ୍ର ପ୍ରଦାନ କରିଛନ୍ତି ।