ଶିମିଳିପଦର ପେକ୍ସରେ ୩୨୦ ଚାଷୀ ବିକିଲେଣି ପ୍ରାୟ ୧୪ ହଜାର କ୍ୱିଣ୍ଟାଲ୍‌ ଧାନ

ବୌଦ୍ଧ,୨୨/୧୨ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ସେବା ସମବାୟ ସମିତିର ଶିମିଳିପଦର ଓ ଖଟଖଟିଆ ଠାରେ ହୋଇଥିବା ଦୁଇଟି ଖରିଫ ଧାନକ୍ରୟ କେନ୍ଦ୍ରରେ ଶାନ୍ତି ଓ ଶୃଙ୍ଖଳାର ସହ ଚାଷୀ ଧାନ ବିକ୍ରୟ କରୁଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସୁଦ୍ଧା ଉଭୟ ଧାନକ୍ରୟ କେନ୍ଦ୍ରରେ ୩୨୦ ଜଣ ଚାଷୀଙ୍କ ଠାରୁ ୧୩୯୯୧. ୪୨ କ୍ୱିଣ୍ଟାଲ୍‌ ଧାନ କ୍ରୟ କରାଯାଇଥିବା ଭାରପ୍ରାପ୍ତ ସମ୍ପାଦକ ପ୍ରତାପ କୁମାର୍‌ ପ୍ରଧାନ ସୂଚନା ଦେଇଛନ୍ତି । ଗତ ବର୍ଷ ଧାନ କିଣାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଚାଷୀମାନେ ଧାନ ବିକ୍ରୟ କରିବାକୁ ଆସି ହଇରାଣ ହେଉଥିବା ଉପରିସ୍ଥ ଅଧିକାରୀ ମାନଙ୍କ ଠାରେ ଅଭିଯୋଗ ହୋଇଥିଲା । ସହକାରୀ ନିବନ୍ଧକ ଭୀମସେନ ସାହୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ଚଳିତବର୍ଷ ଶିମିଳିପଦର ସେବା ସମବାୟ ସମିତିର ସମ୍ପାଦକ ଭାବେ ଦପଲା ସମିତିର ସମ୍ପାଦକ ପ୍ରତାପ କୁମାର ପ୍ରଧାନଙ୍କୁ ଦାୟିତ୍ୱ ଦେବା ଫଳରେ ଚାଷୀମାନେ ସୂଚାରୁ ଭାବେ ଧାନ ବିକ୍ରୟ କରିପାରୁଥିବା ଚାଷୀ ସୁଶାନ୍ତ କୁମାର୍‌ ମିଶ୍ର ପ୍ରକାଶ କରିଛନ୍ତି । ଚଳିତବର୍ଷ ଖରିଫ ଧାନକ୍ରୟ ପାଇଁ ଶିମିଳିପଦର ସେବା ସମବାୟ ସମିତିରେ ୧୧୧୬ ଜଣ ଚାଷୀ ପଞ୍ଜିକରଣ କରିଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

Comments (0)
Add Comment