ବୌଦ୍ଧ/ଜହ୍ନାପଙ୍କ,୧୩/୫- କ୍ରମାଗତ ଭାବେ ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ପୋଲାମ ଗ୍ରାମରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହି ସଂକ୍ରମଣ ବାହ୍ୟଗ୍ରାମକୁ ଯେପରି ନବ୍ୟାପେ ସେଥିପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସରପଞ୍ଚ ମିତ୍ରଭାନୁ ପ୍ରଧାନ ୧୮ ତାରିଖ ପର୍ଯ୍ୟନ୍ତ ପୋଲାମ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଏବଂ ଗାଁ ମୁଣ୍ଡରେ ବାଉଁଶ ଘେରା ଦେଇ ସିଲ୍ କରିଛନ୍ତି । ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ, ସ୍ୱାସ୍ଥ୍ୟ ସେବା ପାଇଁ କେବଳ ବାହାରକୁ ଲୋକ ବାହାରି ପାରିବେ । ୧୮ ତାରିଖ ପର୍ଯ୍ୟନ୍ତ ବାହାର ଗାଁର ଲୋକ ପୋଲାମ ଗ୍ରାମକୁ ଓ ପୋଲାମ ଗ୍ରାମରୁ ଅନ୍ୟଗ୍ରାମକୁ ନଯିବାପାଇଁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇଛି । ଏହାକୁ ଅବମାନନା କଲେ କୋଭିଡ-୧୯ ଆଇନ ଅନୁଯାୟୀ ଦଣ୍ଡିତ ହେବେ ।