ବୌଦ୍ଧ,୭/୧୧- ବୌଦ୍ଧଜିଲ୍ଲା ଗସ୍ତରେ ଆଜି ପୋଲିସ ଡି ଜି ଅଭୟ ହେଲିକେପ୍ଟରରେ ଆସି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି ଏବଂ ଦକ୍ଷିଣାଞ୍ଚଳ ଡ଼ି ଆଇ ଜି ସତ୍ୟବ୍ରତ ଭୋଇ ଉପସ୍ଥିତ ଥିଲେ । ଏହାପରେ ସାମ୍ବାଦିକମାନଙ୍କୁ ପ୍ରେସମିଟରେ ପୋଲିସ ଡ଼ି ଜି ଅଭୟ କହିଛନ୍ତି ଯେ ବୌଦ୍ଧଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହାକୁ ରୋକିବାନେଇ ବିଭିନ୍ନ ଯୋଜନା ଉପରେ ସମୀକ୍ଷା କରାଯାଇଥିଲା ।
ବିଗତ ଦୁଇ ବର୍ଷ ହେବ ରାଜ୍ୟ ସରକାର ଗଞ୍ଜେଇ, ବ୍ରାଉନ ସୁଗାର ଭଳି ମାଦକ ଦ୍ରବ୍ୟ କାରବାର ଉପରେ କଡା ଆଭିମୁଖ୍ୟ ଗ୍ରହଣ କରୁଥିବା ବେଳେ ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ଚାଷ, ଚୋରା ଚାଲାଣ ରୋକିବା ଏବଂ ଏଥିରେ ଜଡିତ ଅପରାଧୀ ମାନଙ୍କୁ ଧରିବା ଦିଗରେ ବିଶେଷ ଧ୍ୟାନ ଦିଆଯାଉଥିବା କଥା ଡିଜି ଅଭୟ ପ୍ରକାଶ କରିଥିଲେ ।
ସେହିଭଳିି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଡ଼ି ଆଇ ଜି ସତ୍ୟବ୍ରତ ଭୋଇ କହିଛନ୍ତି ଯେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସୀମାରେ ଗଞ୍ଜେଇଚାଷ ବହୁପରିମାଣରେ ହେଉଛି ଏବଂ ତାହାର ଚାଲାଣକୁ କିପରି ରୋକାଯାଇପାରିବ ଓ ଗଛ କଟାଯାଇପାରିବ ସେଉପରେ ସମୀକ୍ଷା ବୈଠକରେ ଆଲୋଚନା କରାଯାଇଛି ।