ବୌଦ୍ଧଜିଲ୍ଲା ବିଜେପି ଅନୁସୂଚିତ ଜାତିର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ,୫/୧୦- ବୌଦ୍ଧଜିଲ୍ଲା ଜନତା ପାର୍ଟି ଅନୁସୂଚିତ ଜାତି ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ର ବନ୍ୟା ଆଶ୍ରୟସ୍ଥଳୀ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀ ରାଜୀବ ଦେହୁରୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ଡ. ବିଭୁ ପ୍ରସାଦ ତରାଇ ରାଜ୍ୟ ବିଜେପି ଅନୂସୁଚିତ ଜାତି ମୋର୍ଚ୍ଚା ସଭାପତି ଯୋଗଦାନ କରି ଆଗାମୀ ଦିନରେ ମୋର୍ଚ୍ଚା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରିବାସହ ମଣ୍ଡଳ ଓ ବୁଥ ସ୍ତରୀୟ ଅନୁସୂଚିତ ଜାତିମୋର୍ଚ୍ଚାର ସମସ୍ତ କର୍ମକର୍ତ୍ତାମାନେ ନିଜନିଜ ବୁଥସ୍ତରୀୟ ବୈଠକରେ ଦଳର ରଣନୀତି ପ୍ରସ୍ତୁତ କରିବାରେ ସହାୟକ ହେବ ସେଥିପାଇଁ ଉଦ୍ୟମ ଆରମ୍ଭ କରିବାପାଇଁ ମାର୍ଗଦର୍ଶନ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ଯୋଗଦାନ କରି ମୋର୍ଚ୍ଚାର ସମସ୍ତ କର୍ମକର୍ତ୍ତାମାନେ ଆଗାମୀ ଦିନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୁଥସ୍ତରୀୟ ବୈଠକରେ ଯୋଗଦାନ କରି ମୋଦୀ ସରକାରଙ୍କ ବିଗତ ସାତବର୍ଷର ଜନକଲ୍ୟାଣକାରୀ ଯୋଜନାର ସଫଳ ହୋଇଛି ବୋଲି ସମସ୍ତଙ୍କ ପାଖରେ ବାର୍ତ୍ତା ପହଞ୍ଚିବ ସେସବୁ ଉପରେ ଲୋକଙ୍କୁ ବୁଝାଇବା ସହ ନବୀନ ସରକାର ର ୨୧ ବର୍ଷ ଶାସନରେ ଲୋକମାନଙ୍କ ମୌଳିକ ଅସୁବିଧା ସବୁକୁ ନେଇ ଆନ୍ଦୋଳନ କରିବାସହ ଗରିବ କଲ୍ୟାଣ ଯୋଜନାରେ ବ୍ୟାପକ ଦୁର୍ନୀତି ସମ୍ବନ୍ଧରେ ଲୋକଙ୍କୁ ବୁଝାଇବା ପାଇଁ ସର୍ବଦା ଚେଷ୍ଟା କରିବାକୁ କର୍ମକର୍ତ୍ତମାନେ ଦାୟିତ୍ୱ ନେବାପାଇଁ ଆହ୍ୱାନ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ଅନୁସୂଚିତ ଜାତି ସାଧାରଣ ସମ୍ପାଦକ ରାଘବ ମଲ୍ଲିକ, ଉପସଭାପତି ରାମ ବିଶି ଦିଗାଲ, କୋଷାଧକ୍ଷ ଜଗନ୍ନାଥ ବେହେରା, ରାଜ୍ୟ ସଂଯୋଜକ ଡ. କାଳୁଚରଣ ସେଠୀ, କନ୍ଧମାଳ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିଗଲ ଓ ବୌଦ୍ଧଜିଲ୍ଲା ବିଜେପି ବରିଷ୍ଠନେତା କହ୍ନେଇ ଚରଣ ଡାଙ୍ଗ , ସୁଶାନ୍ତ କୁମାର ପ୍ରଧାନ, ସତ୍ୟାନନ୍ଦ ପାଣ୍ଡେ, ତାପସ କୁମାର ପଟନାୟକ, ପ୍ରେମାନନ୍ଦ ମିଶ୍ର, ଅଟଳ କୁମାର ପ୍ରଧାନ, ରବି କୁମାର ଦେଓ, ସଂଗ୍ରାମ ବେହେରା , କୁନା ମାହାର, ବାମଦେବ ବାରିକ, ବ୍ୟୋମକେଶ ମହାପାତ୍ର, ତ୍ରିପୁରାରି ବେହେରା, ଶ୍ୟାମସୁନ୍ଦର ପୁରୋହିତ, ଅରୁପା ଦୀପ ପ୍ରମୁଖ ବହୁ ମୋର୍ଚ୍ଚାର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments (0)
Add Comment