ଓମ୍‌ଫେଡ କ୍ଷୀର ନନେବା ପ୍ରତିବ ।ଦରେ ରାସ୍ତାରେ କ୍ଷୀର ଢାଳିଲେ ଦୁଗ୍ଧ ଚାଷୀ

ବୌଦ୍ଧ/ଜହ୍ନ ।ପଙ୍କ,୯/୪:ରାଜ୍ୟ ସରକାର କ୍ଷୀର ଉତ୍ପାଦନ ବୃଦ୍ଧି ପାଇଁ ଚାଷୀଙ୍କୁ ରିହାତି ଦରରେ ଗାଈ, ଦାନା, ଘାସ ମଞ୍ଜି ଏବଂ ତାଙ୍କ ରହିବା ପାଇଁ ଗୁହାଳ ଯୋଗାଇ ଦେଉଛନ୍ତି । କିନ୍ତୁ ଉତ୍ପାଦିତ କ୍ଷୀରର ବିକ୍ରି ବ୍ୟବସ୍ଥା ନକରିବାରୁ ଦୁଗ୍ଧ ଚାଷୀ ସବୁବେଳେ ଅଭାବୀ ବିକ୍ରୀର ଶିକାର ହେଉଛନ୍ତି । ଏପରି ଅଭାବୀ ବିକ୍ରିର ଶିକାର ହୋଇଥିବା ଅଭିଯୋଗ ଆସିଛି ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନ ।ପଙ୍କରେ ଥିବା ଚାରିଶମ୍ଭୁ ଦୁଗ୍ଧ ସମବାୟ ସମିତି ପକ୍ଷରୁ । ଆଜି ବୌଦ୍ଧ ଜିଲ୍ଲା ଜହ୍ନ ।ପଙ୍କଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନାମତେ ୧୯୯୨ ମସିହାରୁ ଜହ୍ନ ।ପଙ୍କଠାରେ ସ୍ୱର୍ଗତ ଅଖିଳ ପ୍ରସାଦ ମିଶ୍ରଙ୍କ ପ୍ରଚେଷ୍ଟାରେ ଚାରିଶମ୍ଭୁ ଦୁଗ୍ଧ ସେବା ସମବାୟ ସମିତି ଆରମ୍ଭ ହୋଇଥିଲା । କିଛି ବର୍ଷ ବନ୍ଦ ହେବା ପରେ ୨୦୧୬ ମସିହାରେ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ପ୍ରଚେଷ୍ଟାରେ ପୁନଃ କାର୍ଯ୍ୟକ୍ଷମ ହେଲା । ସେହିଦିନ ଠାରୁ ଓମ୍‌ଫେଡକୁ କ୍ଷୀର ଦିଆଯାଉଥିଲା କିନ୍ତୁ ୨ ବର୍ଷ ପୂର୍ବେ ଓମ୍‌ଫେଡ ଜୈନିକ ଅଧିକାରୀ ୩୬୦ ଲିଟର କ୍ଷୀର ଟଙ୍କା ନଦେବାରୁ ସେହିଦିନଠାରୁ ସମିତି ପକ୍ଷରୁ ଓମ୍‌ଫେଡକୁ କ୍ଷୀର ଦେବା ବନ୍ଦ କରାଗଲା ଏବଂ ସେହିଦିନଠାରୁ ଚାରିଛକର ଏକ ଘରୋଇ ସଂସ୍ଥା କ୍ଷୀର ନେଉଥିଲା । କିଛି ଦିନ ପୂର୍ବରୁ ସମିତିର ସଭ୍ୟମାନେ ବୌଦ୍ଧ ଜିଲ୍ଲାପାଳ ଓ ସିଡିଭିଓଙ୍କୁ ଭେଟି ଓମ୍‌ଫେଡକୁ କ୍ଷୀର ଦେବାପାଇଁ କହିଥିଲେ ଏବଂ ୧୫ ଦିନ ମଧ୍ୟରେ ଓମ୍‌ଫେଡ କ୍ଷୀର ନେବାର ବ୍ୟବସ୍ଥା କରୁଛୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଫଳରେ ଘରୋଇ ସଂସ୍ଥାକୁ କ୍ଷୀର ଦିଆଯାଉଥିଲା । ଆଜି ଉକ୍ତ ଘରୋଇ ସଂସ୍ଥା ଚାଷୀଙ୍କ ଅଧିକ କ୍ଷୀର ହେବାରୁ ନେବାକୁ ମନା କରିବାରୁ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଦୁଗ୍ଧଚାଷୀ ଜାତୀୟ ରାଜପଥ ୫୭କୁ ଆସି ଜହ୍ନ ।ପଙ୍କ ଛକଠାରେ ବିକ୍ରି କରିବାକୁ ଆଣିଥିବା କ୍ଷୀରକୁ ଢ଼ାଳି ଦେଇଥିଲେ । ଏବଂ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏହାର ସମାଧାନ ନକଲେ ଜାତୀୟ ରାଜପଥ ୫୭ କୁ ଜହ୍ନ ।ପଙ୍କରେ ଅବରୋଧ କରିବାକୁ ଚେତାବନୀ ଦେଇଥିଲେ । ତେବେ ଶନିବାର ସନ୍ଧ୍ୟାରେ ଦୁଗ୍ଧ ଚାଷୀମାନେ ବୌଦ୍ଧ ବିଧାୟକ ଓ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ।

Comments (0)
Add Comment