ସାତକୋଶିଆ ଅଭୟାରଣ୍ୟ ପେଟ୍ରୋଲିଂବେଳେ ଶିକାରୀ ଗିରଫ

ହରଭଙ୍ଗା,୨୮/୭- ମହାନଦୀ ବନ୍ୟପ୍ରାଣୀ ବିଭାଗ ଅଧୀନରେ ଥିବା ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ରେଞ୍ଜ ଅଧୀନରେ ଥିବା ସାତକୋଶିଆ ଅଭୟାରଣ୍ୟରେ ଗତକାଲି ଡେପୁଟି ରେଞ୍ଜର ପ୍ରଦୀପ କୁମାର ଭୁତିଆ, ବନପାଳ ମହେଶ କୁମାର ମେହେରଙ୍କ ସମେତ ୧୭ରୁ ଉର୍ଦ୍ଧ୍ୱ ବନ କର୍ମଚାରୀ ଶୀତଳପାଣି ଘଞ୍ଚ ଜଙ୍ଗଲରେ ପେଟ୍ରୋଲିଂ କରୁଥିଲେ । ଏହି ପେଟ୍ରୋଲିଂ ସମୟରେ ବିଳମ୍ବିତ ରାତ୍ରିରେ ଜଙ୍ଗଲ ଭିତରେ ଆଲୁଅ ଦେଖାଗଲା । ଆଲୁଅ ଦେଖି ବନବିଭାଗ କର୍ମଚାରୀମାନେ ଲୁଚିରହି ଶିକାରୀର ଗତିବିଧିକୁ ନଜର କରୁଥିଲେ । ଏହାପରେ ବନକର୍ମଚାରୀମାନେ ଶିକାରୀକୁ କାବୁ କରିନେଇ ତାଠାରୁ ଟାଙ୍ଗିଆ, ବାରୁଦ ଜବତ କରିଥିଲେ । ଏହି ଶିକାରୀ ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତ ଭାବପୁର ଗ୍ରାମର ସୁରେସନ ପ୍ରଧାନ । ସେ ଜଙ୍ଗଲକୁ ଶିକାର କରିବାପାଇଁ ଆସିଥିବା ସ୍ୱୀକାର କରିଥିବା ଡେପୁଟି ରେଞ୍ଜର ପ୍ରକାଶ କରିଛନ୍ତି । ତାକୁ ଆଜି ବୌଦ୍ଧ କୋର୍ଟକୁ ପଠାଯାଇଛି । ନୟାଗଡ ଡିଏଫଓ ହର୍ଷବର୍ଦ୍ଧନ ଉଦଗାତାଙ୍କ ନିର୍ଦ୍ଦେଶକ୍ରମେ ଏହି ଅଭୟାରଣ୍ୟରେ ପେଟ୍ରୋଲିଂ ଜାରି ରଖାଯାଇଛି ।

Comments (0)
Add Comment