ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୨୦/୪- ଜିଲ୍ଲା ଆଇନସେବା ପ୍ରାଧିକରଣ ବୌଦ୍ଧ ଦ୍ୱାରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆମଠାପଡା ଠାରେ ଆମ ସରକାରଙ୍କ ଦ୍ୱାରା କୋଭିଡ ରୋଗରେ ଶିକାର ହୋଇଥିବା ପୀଡିତ/ପୀଡିତା ମାନଙ୍କ ପରିବାର ଲୋକମାନଙ୍କ ପାଇଁ ବିଭିନ୍ନ କ୍ଷତିପୂରଣ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ସାହାଯ୍ୟ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମଟି ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ସଚିବ ଶ୍ରୀ ଚରଣଜିତ ଓରାମଙ୍କ ଦ୍ୱାରା ପରିଚାଳିତ ହୋଇଯାଇଅଛି । ଏଥିରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ପ୍ୟାନେଲ ଓକିଲ ଶ୍ରୀ ବିକାଶ ଚନ୍ଦ୍ର ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆମଠାପଡାର ପ୍ରଧାନ ଶିକ୍ଷକ ମନରଂଜନ ପାଣିଗ୍ରାହୀ ଯୋଗଦାନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଆମଠାପଡା ଗ୍ରାମର ଲୋକମାନେ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆମଠାପଡାର ଛାତ୍ର ଏବଂ ଛାତ୍ରୀଗଣ, ଶିକ୍ଷକ ଏବଂ ଶିକ୍ଷୟତ୍ରୀଗଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀମାନଙ୍କୁ କୋଭିଡ ରୋଗରେ ଶିକାର ହୋଇଥିବା ପିଡୀତ/ପିଡୀତା ମାନଙ୍କ ପରିବାର ଲୋକମାନଙ୍କ ପାଇଁ ଉପସ୍ଥିତ ଥିବା ବିଭିନ୍ନ କ୍ଷତିପୂରଣ ବ୍ୟବସ୍ଥା, ସେମାନଙ୍କ ଶିଶୁ ମାନଙ୍କ ଉଚିତ ଶିକ୍ଷା ବ୍ୟବସ୍ଥା ଏବଂ ସେମାନଙ୍କ ଥଇଥାନ ଉପରେ ବିସ୍ତୃତ ଭାବରେ ଅବଗତ କରାଯାଇଥିଲା । ଏହା ଛଡା ସେମାନଙ୍କୁ ଆଇନର ମୌଳିକ ବିଷୟମାନ ଏବଂ ଏହାର ବିଭିନ୍ନ ଦିଗ ଉପରେ ତଥା ଶିଶୁ ସୁରକ୍ଷା ଆଇନ, ପକ୍ସୋ ଆଇନ, ଶିଶୁ ବିବାହ ନିରୋଧ ନିୟମ ଇତ୍ୟାଦି ଉପରେ ସଚେତନ କରାଯାଇଥିଲା । ଏଥି ସହିତ ଆଇନସେବା ପ୍ରାଧିକରଣ ମାନଙ୍କ ଦ୍ୱାରା ଉପଲବ୍ଧ ହେଉଥିବା ଆଇନ ସେବା ଗୁଡିକ ବିଷୟରେ ମଧ୍ୟ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ।

Comments (0)
Add Comment