ବୌଦ୍ଧ,୨୧/୬ : – ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ବୌଦ୍ଧ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଉପଲକ୍ଷେ ଏକ ଯୋଗ ଶିକ୍ଷା ଏବଂ ଧ୍ୟାନ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ବିକ୍ରମ କୁମାର ପ୍ରଧାନ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଯୋଗ ଶିବିରରେ ପରିବାର ଅଦାଲତ ବିଚାରପତି, ବୌଦ୍ଧ ଶ୍ରୀ ପ୍ରସନ୍ନ କୁମାର କର୍ଣ୍ଣ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ, ବୌଦ୍ଧ ଶ୍ରୀ ଆନନ୍ଦ ନାରାୟଣ ମହାରଣା, ମୁଖ୍ୟ ଦଣ୍ଡାଧୀଶ ଅଧିକାରୀ, ବୌଦ୍ଧ ଶ୍ରୀ ହୃଷିକେଶ ଆଚାର୍ଯ୍ୟ, ରେଜିଷ୍ଟ୍ରର ଦେୱାନୀ ଅଦାଲତ, ବୌଦ୍ଧ ଶ୍ରୀମତୀ ସୁଚିତ୍ରା ପରମଗୁରୁ, ସଚିବ, ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଶ୍ରୀ ଚରଣଜିତ ଓରାମ ପ୍ରମୁଖ ନେଇଥିଲେ । ଏହି ଯୋଗ ଶିବିରରେ ଯୋଗ ଶିକ୍ଷକ ହୃଷିକେଶ ପ୍ରଧାନ ମୁଖ୍ୟ ପ୍ରଶିକ୍ଷକ ଏବଂ ଚନ୍ଦ୍ରକାନ୍ତ ନାୟକ ସହାୟକ ଭାବରେ ଯୋଗ ଦେଇଥିଲେ । ହୃଷିକେଶ ପ୍ରଧାନ ସମସ୍ତଙ୍କୁ ଯୋଗ ଅଭ୍ୟାସ କରାଇବା ସହ ଆମ ଦୈ÷ନନ୍ଦିନ ଜୀବନରେ ଏହାର ମହତ୍ୱ ଉପରେ ବିସ୍ତାର ଭାବରେ ବୁଝାଇଥିଲେ । ଏହାଛଡା ଶାରୀରିକ ଏବଂ ମାନସିକ ସ୍ତରରେ ଯୋଗ ଅଭ୍ୟାସ ଦ୍ୱାରା କିପରି ସୁସ୍ଥ ଏବଂ ସବଳ ରହିପରିବା ତାହା ଉପରେ ମଧ୍ୟ ଆଲୋକପାତ କରିଥିଲେ । ଏଥିରେ କୋର୍ଟର କର୍ମଚାରୀଗଣ ବହୁ ସଂଖ୍ୟାରେ ଭାଗ ନେଇଥିଲେ ।