ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ସାମାଜିକ ନ୍ୟାୟିକ ପକ୍ଷର ଉଦଯାପନୀ ଦିବସ ପାଳିତ

ବୌଦ୍ଧ,୨୦/୪- ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ୧୦ ଗୋଟି ମଣ୍ଡଳ ଓ ଜିଲ୍ଲା ସ୍ତରୀୟ , ବୁଥ ସ୍ତରୀୟ ସାମାଜିକ ନ୍ୟାୟିକ ପକ୍ଷ ଗତ ୬ ତାରିଖରୁ ଆରମ୍ଭ ହୋଇ ଆଜି ଉଦ୍‌ଯାପିତ ହୋଇଯାଇଛି । ପ୍ରତ୍ୟେକ ଦିନ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ମହାସମାରୋହରେ ପାଳନ କରାଯାଇଥିଲା । ଆଜିର ଶେଷ ଦିନର କାର୍ଯ୍ୟକ୍ରମରେ ଆଜାଦ କି ଅମୃତ ମହୋତ୍ସବ ଅନ୍ତର୍ଗତ ସ୍ୱାଧୀନତା ସଂଗ୍ରାମୀ ଙ୍କ ପ୍ରତିମୂର୍ତ୍ତି ଟାଉନହଲ ସମ୍ମୁଖରେ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତୀ ମାନଙ୍କରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ତତ୍‌ ସଙ୍ଗେସଙ୍ଗେ କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀ ପରିବାର ସଦସ୍ୟ ମାନଙ୍କୁ ସମ୍ୱର୍ଦ୍ଧନା ଦେବା ସହିତ ସେବା ନିବୃତ ସେନାନୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେବା ନିବୃତ ସେନାନୀ କାର୍ତ୍ତିକେଶ୍ୱର ତ୍ରିପାଠୀଙ୍କୁ ଉପଢୌକନ ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା । ଆଜିର ଶେଷ ଦିନର କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତୃବୃନ୍ଦ ସର୍ବଶ୍ରୀ ଶ୍ୟାମ ସୁନ୍ଦର ପୁରୋହିତ , ମନରଞ୍ଜନ ଦାସ , ତାପସ କୁମାର ପଟ୍ଟନାୟକ , ଶ୍ରୀମତି ମିନାରାଣୀ ମିଶ୍ର , ଶ୍ରୀମତି ନମିତା ରାଣୀ ଦାସ, ପ୍ରେମାନନ୍ଦ ମିଶ୍ର, ରାଜକୁମାର ମେହେର , ବିଶିକେଶନ ମେହେର, ନିରଞ୍ଜନ ଦାନୀ ପ୍ରମୁଖ ବହୁ ଦଳୀୟ ନେତୃବୃନ୍ଦ ଯୋଗ ଦେଇଥିଲେ ।

Comments (0)
Add Comment