କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଇଙ୍କ ବୌଦ୍ଧଗସ୍ତକୁ ନେଇ ପ୍ରସ୍ତୁତି ବୈଠକ

ବୌଦ୍ଧ,୮/୧୧- ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆସନ୍ତା ନଭେମ୍ବର ୧୩ ଓ ୧୪ ଦୁଇଦିନ ଧରି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ମାନ୍ୟବର ନିତ୍ୟାନନ୍ଦ ରାଇଙ୍କ ବୌଦ୍ଧ ଜିଲ୍ଲାର ଉଭୟ ବିଧାନସଭା ଗସ୍ତ ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀଙ୍କ ଗସ୍ତ ସମୟରେ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହିତ କାର୍ଯ୍ୟକ୍ରମ ସଫଳ ହେବାନେଇ ଆଲୋଚନା ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନେଇ ଚରଣ ଡାଙ୍ଗ, କନ୍ଧମାଳ ଲୋକସଭା ପ୍ରବାସ ପ୍ରଭାରୀ ନିରଞ୍ଜନ ମିଶ୍ର, ସଂଯୋଜକ ରମେଶ ମହାନ୍ତି, ପୂର୍ବତନ ଜିଲ୍ଲା ସଭାପତି ମାଗୁଣି ଗାଈଗୌରୀଆ, ବୌଦ୍ଧ ବିଧାନସଭା ପ୍ରବାସ ପ୍ରଭାରୀ ରାକେଶ ତ୍ରିପାଠୀ, ସଂଯୋଜକ ଯୁଗଳ କିଶୋର ସାମଲ, କଣ୍ଟାମାଳ ବିଧାନସଭା ପ୍ରବାସ ପ୍ରଭାରୀ ପ୍ରେମାନନ୍ଦ ମିଶ୍ର, ସଂଯୋଜକ ସୁଶାନ୍ତ ବାଘ, ଜିଲ୍ଲା ସାଧାରଣ ସମ୍ପାଦକ ତାପସ ପଟ୍ଟନାୟକ, ସତ୍ୟାନନ୍ଦ ପାଣ୍ଡେ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାରାଣୀ ମିଶ୍ର, ମହିଳାନେତ୍ରୀ ନମିତାରାଣୀ ଦାଶ,ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ରାଜୀବ ଦେହୁରୀ, ବିଶିକେଶନ ପ୍ରଧାନ, ମଣ୍ଡଳ ସଭାପତି ଶମ୍ଭୁ ପ୍ରସାଦ ପ୍ରଧାନ, ମନରଞ୍ଜନ ଦାଶ, ଯୀଶୁ ପଧାନ, ବାମନ ବାରିକ, ଜିଲ୍ଲା କୋଷାଧ୍ୟକ୍ଷ ନିରଞ୍ଜନ ଜାନୀ ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Comments (0)
Add Comment